Advertisment

ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ। New #COVID19 Case in #Odisha One 32 Years Male from Kendrapada Returned From Dubai on 24th March is confirmed positive for COVID-19 Today New Positive Case: 01 Total Positive Case […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୪୦ ଛୁଇଁଲା

Covid-19

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ।

Advertisment

ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ତେବେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ୪୦ ଛୁଇଁଛି। ସମ୍ପୃକ୍ତ ଯୁବକ ଜଣକଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାହା ସ୍ପଷ୍ଟ କରାଯାଇପାରିନାହିଁ। ପ୍ରକାଶଥାଉକି, କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ଭୁବନେଶ୍ୱରରେ ହୋଇଛନ୍ତି।

Advertisment

ଗତକାଲି ଅପରାହ୍ନରେ ଦୁଇ ଜଣ ଓ ସନ୍ଧ୍ୟାବେଳେ ଆଉ ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ଭୁବନେଶ୍ୱରର। ଗତକାଲି ଗୋଟିଏ ଦିନରେ ରାଜଧାନୀରୁ ୧୮ ‘କରୋନା’ ଆକ୍ରାନ୍ତଙ୍କୁ ଠାବ କରାଯାଇଥିଲା।