Covid-19
ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଜଣେ କୋଭିଡ୍ ୧୯-କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ତାଙ୍କ ନମୁନା ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ ହେଉଛି ୩୨ ବର୍ଷ।
ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ତେବେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ୪୦ ଛୁଇଁଛି। ସମ୍ପୃକ୍ତ ଯୁବକ ଜଣକଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାହା ସ୍ପଷ୍ଟ କରାଯାଇପାରିନାହିଁ। ପ୍ରକାଶଥାଉକି, କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ଭୁବନେଶ୍ୱରରେ ହୋଇଛନ୍ତି।
ଗତକାଲି ଅପରାହ୍ନରେ ଦୁଇ ଜଣ ଓ ସନ୍ଧ୍ୟାବେଳେ ଆଉ ୧୬ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନେ ସମସ୍ତେ ଭୁବନେଶ୍ୱରର। ଗତକାଲି ଗୋଟିଏ ଦିନରେ ରାଜଧାନୀରୁ ୧୮ ‘କରୋନା’ ଆକ୍ରାନ୍ତଙ୍କୁ ଠାବ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/Covid-19-1.jpg)