Advertisment

ସୁସ୍ଥ ହେଲେ ସୁନ୍ଦରଗଡ଼ର ଆକ୍ରାନ୍ତ, ଖୁବଶୀଘ୍ର ହେବେ ଡିସଚାର୍ଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ବୁଧବାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କୁହାଯାଇଛି। It is indeed a pleasure to share that today we tested 1197 samples for COVID-19, the highest so far. No new cases […]

author-image
Subrat Kumar Nayak
ଅଦ୍ୟତନ ହୋଇଛି
ସୁସ୍ଥ ହେଲେ ସୁନ୍ଦରଗଡ଼ର ଆକ୍ରାନ୍ତ, ଖୁବଶୀଘ୍ର ହେବେ ଡିସଚାର୍ଜ

Corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବଶୀଘ୍ର ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ବୁଧବାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କୁହାଯାଇଛି।
https://twitter.com/HFWOdisha/status/1250488095566213120?s=20

Advertisment

ଏଥିସହିତ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟରରେ ଦେଇଥିବା ସୂଚନା ଅନୁଯାୟୀ, ଆଜି ୧୧୯୭ ପରୀକ୍ଷା କରାଯାଇଥିଲା। କିନ୍ତୁ ସମନ୍ତ ନମୁନା ନେଗେଟିଭ୍ ଆସିଥିଲା। ଓଡ଼ିଶାରେ ଆଜିଯାଏ ଗୋଟିଏ ଦିନରେ ଏହା ସର୍ବାଧିକ ନମୁନା ପରୀକ୍ଷା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ସତରେ ଆଜିର ଦିନ ସମସ୍ତଙ୍କ ପାଇଁ ଏକ ବଡ଼ ଦିନ।

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭୦ଟି ହଟ୍‌ସ୍ପଟ୍‌ ଜିଲ୍ଲାର ତାଲିକା ପ୍ରକାଶ ପାଇଥିଲା। ଦେଶର ୧୭୦ ହଟ୍‌ସ୍ପଟ୍‌ ଜିଲ୍ଲା ମଧ୍ୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ରହିଛି। ସେହିଭଳି କ୍ଲଷ୍ଟର ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ ରହିଛି। ସେହିପରି ଅଣ ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା, କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼।

Advertisment

କେନ୍ଦ୍ର ସରକାର ପ୍ରକାଶ କରିଥିବା ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ରାଜଧାନୀ ଦିଲ୍ଲୀର ସମସ୍ତ ୯ଟି ଜିଲ୍ଲା ରହିଛି। ଏହାଛଡ଼ା ହାଇଦ୍ରାବାଦ, ଚେନ୍ନାଇ, ଜୟପୁର ଓ ଆଗ୍ରା, ମୁମ୍ବାଇର କିଛି ଅଂଶ, କୋଲକାତା ଏବଂ ବେଙ୍ଗାଲୁରୁ ଆଦି ବଡ଼ ସହରକୁ ସହରାଞ୍ଚଳକୁ ଚିହ୍ନଟ କରାଯାଇଛି।