Advertisment

ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ। ବାଲେଶ୍ୱରରେ ଆଜି କରୋନା ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର  ତ୍ରିପାଠୀ । ସେ କହିଛନ୍ତି ଯେ, ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ହସ୍ପିଟାଲରେ ଶହେ ବେଡ୍ ରହିବ। ଏହାସହ ଆଇସିୟୁ ଏବଂ ଓଟି ମଧ୍ୟ ରହିବ। ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ, ଜ୍ୟୋତି ହସ୍ପିଟାଲକୁ ୧୦ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ

Asit-Tripathy

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ହେବ ଆଉ ଏକ କୋଭିଡ ହସ୍ପିଟାଲ। ବାଲେଶ୍ୱରରେ ଆଜି କରୋନା ସ୍ଥିତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ କୁମାର  ତ୍ରିପାଠୀ ।

Advertisment

ସେ କହିଛନ୍ତି ଯେ, ବାଲେଶ୍ୱରରେ ଆଉ ଏକ କୋଭିଡ ହସ୍ପିଟାଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ହସ୍ପିଟାଲରେ ଶହେ ବେଡ୍ ରହିବ। ଏହାସହ ଆଇସିୟୁ ଏବଂ ଓଟି ମଧ୍ୟ ରହିବ।

ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ, ଜ୍ୟୋତି ହସ୍ପିଟାଲକୁ ୧୦ ନର୍ସ ତୁରନ୍ତ ଯୋଗାଇ ଦିଆଯିବ। ୨ଶହରୁ ଅଢ଼େଇ ଶହ ପାରାମେଡିକ ଷ୍ଟାଫଙ୍କୁ ନେଇ ଜନସଂପର୍କ ଅଭିଯାନ କରାଯିବ।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ବାଲେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରାଯାଇଛି।  ଏବେ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୯୧୩ ରେ ପହଞ୍ଚିଥିବା ବେଳେ ୧୧୩୧ ଆକ୍ଟିଭ କେସ୍‌ ରହିଛି।  ଏବେ ଜିଲ୍ଲାରେ ୩୭୬୩  ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪ କରୋନା ଆକ୍ରାନ୍ତ ଆଖି ବୁଜି ସାରିଲେଣି।

Covid Hospital