Advertisment

ବାରହା ଶିକାର ପାଇଁ ବିଛାଯାଇଥିଲା ଫାଶ, ପଡ଼ିଗଲା ଦନ୍ତା

ଅନୁଗୋଳ(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବବଗିଚାରେ। ମୃତ ଦନ୍ତାଟି ମଧ୍ୟମ ବୟସର ବୋଲି ସୂଚନା ମିଳିଛି। ଜଗନ୍ନାଥପୁର ଆମ୍ବବଗିଚାରେ ଶିକାରୀଟି ବାରହା ଶିକାର କରିବା ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲା। ଗତକାଲି ରାତିରେ […]

ଅଦ୍ୟତନ ହୋଇଛି
ବାରହା ଶିକାର ପାଇଁ ବିଛାଯାଇଥିଲା ଫାଶ, ପଡ଼ିଗଲା ଦନ୍ତା

elephant

Advertisment

ଅନୁଗୋଳ(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ଜାଲ ବିଛାଇଥିଲା ଶିକାରୀ। ହେଲେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତା ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା। ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବବଗିଚାରେ। ମୃତ ଦନ୍ତାଟି ମଧ୍ୟମ ବୟସର ବୋଲି ସୂଚନା ମିଳିଛି।

Advertisment

ଜଗନ୍ନାଥପୁର ଆମ୍ବବଗିଚାରେ ଶିକାରୀଟି ବାରହା ଶିକାର କରିବା ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲା। ଗତକାଲି ରାତିରେ ଦନ୍ତାଟି ଖାଦ୍ୟ ଅନ୍ୱେଷଣରେ ଆସି ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫସି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ  ଘଟିଥିଲା।

ଆଜି ସ୍ଥାନୀୟ ଲୋକ ହାତୀଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସାତକୋଷିଆ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ବିଦ୍ୟୁତ୍ କାଟି ହାତୀଟିକୁ ଉଦ୍ଧାର କରିଥିଲେ।

Advertisment

ହାତୀର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି। କିଏ ବାରହା ଶିକାର ପାଇଁ ଜାଲ ବିଛାଇଥିଲା ତାର ଖୋଳତାଡ଼  ଚାଲିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,  ଅଗଷ୍ଟ ୨୫ ତାରିଖରେ କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଫାର୍ମ ହାଉସରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ମାଇ ହାତୀର ମୃତ୍ୟୁ ଘଟିଥିଲା। ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀ ଦୁଇଟି  ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe