Advertisment

ବିଧାନସଭା ସଚିବଙ୍କ କାର୍ଯ୍ୟକାଳ ପୁଣି ବର୍ଷେ ବଢ଼ିଲା

ରାଜ୍ୟ ସରକାର ଆଜି ଅବସରପ୍ରାପ୍ତ ଆଇଏଏସ୍ (ପଦୋନ୍ନତିପ୍ରାପ୍ତ) ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳକୁ ପୁଣିଥରେ ଏକ ବର୍ଷ ପାଇଁ ବୃଦ୍ଧି କରିବା ପରେ ରାଜ୍ୟରେ ଯୋଗ୍ୟ ଅଫିସରଙ୍କ ଅଭାବ ରହିଥିବା ଚର୍ଚ୍ଚା ଜୋର ଧରିଛି ।

Odisha Lokasabha Bhaban

Odisha Lokasabha Bhaban

Advertisment

ରାଜ୍ୟରେ ଯୋଗ୍ୟ ଅଫିସରଙ୍କ ମରୁଡ଼ି ଦେଖାଦେଇଛି । ରାଜ୍ୟ ସରକାର ଆଜି ଅବସରପ୍ରାପ୍ତ ଆଇଏଏସ୍ (ପଦୋନ୍ନତିପ୍ରାପ୍ତ) ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳକୁ ପୁଣିଥରେ ଏକ ବର୍ଷ ପାଇଁ ବୃଦ୍ଧି କରିବା ପରେ ରାଜ୍ୟରେ ଯୋଗ୍ୟ ଅଫିସରଙ୍କ ଅଭାବ ରହିଥିବା ଚର୍ଚ୍ଚା ଜୋର ଧରିଛି ।

Advertisment

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଦାଶରଥୀ ଶତପଥୀଙ୍କୁ ପୁଣିଥରେ ଓଡ଼ିଶା ବିଧାନସଭାର ଓଏସଡି ତଥା ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ସେ ୨୦୨୩ ଫେବୃୟାରୀ ୧ରୁ ଏକବର୍ଷ ପାଇଁ କାର୍ଯ୍ୟ କରିବେ । ସେ ସ୍ୱତନ୍ତ୍ର ସଚିବ ପାହ୍ୟା ଅଫିସର ଭାବେ ସୁବିଧାସୁଯୋଗ ପାଇବେ ।

ସୂଚନାଯୋଗ୍ୟ, ଶ୍ରୀ ଶତପଥୀ ଅବସର ନେବାପରେ ପୁଣିଥରେ ତାଙ୍କୁ ବର୍ଷକ ପାଇଁ ସଚିବ ତଥା ଓଏସଡି ଭାବେ ନିଯୁକ୍ତି ମିଳିଥିଲା ।

Advertisment
Odisha Governance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe