Advertisment

ହେ ପ୍ରଭୁ, କିଛି ବି କରି ଡିଭୋର୍ସ କରାଇ ଦିଅ-ସୌମ୍ୟ ଡେଥ ମିଷ୍ଟ୍ରିର ଭାଇରାଲ ଚିଠି

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ ।  ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି। ଛି ମଲା ବେଳେ ମୁହଁରେ ପୋକ ପଡ଼ନ୍ତୁ ” ଗତକାଲି ସୌମ୍ୟଙ୍କ ସରକାରୀ ବାସଭବନରୁ […]

ଅଦ୍ୟତନ ହୋଇଛି
ହେ ପ୍ରଭୁ, କିଛି ବି କରି ଡିଭୋର୍ସ କରାଇ ଦିଅ-ସୌମ୍ୟ ଡେଥ ମିଷ୍ଟ୍ରିର ଭାଇରାଲ ଚିଠି

viral-letter

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): “ହେ ଭଗବାନ, କିଛି ବି କରି ଡିଭୋର୍ସ କରେଇ ଦିଅ। ପ୍ରଭୁ ବାବା ସାଇ ତୁମ ପାଖରେ ଋଣୀ ରହିଯିବି। ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇକି ରହିବି। କିଛି ବି କରି ପ୍ଲିଜ୍ ଡିଭୋର୍ସ କରିଦିଅ ।  ଏତେ ଦୁଃଖରେ କହିଲି, ତଥାପି ମୋ ଆଖି ଲୁହ ଦେଖାଗଲାନି। ଏମିତି ହାରାମଜାଦା ମଣିଷ ମୋ ଜୀବନରେ ଦେଖିନି। ଛି ମଲା ବେଳେ ମୁହଁରେ ପୋକ ପଡ଼ନ୍ତୁ ”

Advertisment

ଗତକାଲି ସୌମ୍ୟଙ୍କ ସରକାରୀ ବାସଭବନରୁ ଏକ କମଳା ରଙ୍ଗର ଚିଠି ସାମ୍ନାକୁ ଆସିଥିବା ବେଳେ ଆଜି ମଧ୍ୟ ସେହି ରଙ୍ଗର ଚିଠି ଏବେ ଭାଇରାଲ ହେଉଛି। ତେବେ ଏହି ଚିଠି କେଉଁ ଜାଗାରୁ ମିଳିଛି ସ୍ପଷ୍ଟ ହୋଇ ନଥିବା ବେଳେ ଏହା ବିଦ୍ୟାଭାରତୀୟଙ୍କ ହାତ ଲେଖା ବୋଲି କୁହାଯାଉଛି। ଯେଉଁଥିରେ ଉପରୋକ୍ତ କଥା ଉଲ୍ଲେଖ ରହିଛି।

ଗତକାଲି ଏକ କମଳା ରଙ୍ଗର  ଚିଠିକୁ ନେଇ ଗଣମାଧ୍ୟମରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ବି ସମାନ ରଙ୍ଗର ଆଉ ଏକ ଚିଠି ମିଳିଛି। ଗତକାଲି ମିଳିଥିବା ଚିଠି ବିଦ୍ୟା ଲେଖିଥିବା ସ୍ୱୀକାର କରିଥିବା ବେଳେ ଆଜି ମିଳିଥିବା ଚିଠି ଭାଇରାଲ ହେଉଥିବା ବେଳେ ତାହା କେଉଁଠୁ ଆସିଲା ଓ କିଏ ଲେଖିଛି ତାହା ସ୍ୱଷ୍ଟ ହୋଇନାହିଁ।

Advertisment

ଗତକାଲି କ୍ରାଇମବ୍ରାଞ୍ଚ ହାତରେ ଲାଗିଥିବା ଚିଠିରେ ଲେଖା ଯାଇଥିଲା, “ମୁଁ ଏହି ଲୋକକୁ ଦୁନିଆରେ ସବୁଠୁ ଅଧିକ ଘୃଣା କରେ । ଭଗବାନ ମୋ ଭୁଲ୍‌ ପାଇଁ ମୋତେ କ୍ଷମା କରିଦିଅ। ମୋ ଜୀବନ ବରବାଦ କର ନାହିଁ। କେମିତି ଆଉ ୩ଟା ଦିନ କଟିବ। ଏଟଲିଷ୍ଟ ୧୨-୧୫ଦିନ ଶାନ୍ତିରେ ରହିବି । ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ, ଏପରିକି ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା  । ”

ଓଡ଼ିଆ ଓ ଇଂଲିସ ମିଶାମିଶି ଭାଷାରେ ଲେଖା ଯାଇଥିବା ଏହି ଚିଠି ନିଜେ ବିଦ୍ୟାଭାରତୀ ଲେଖିଥିବା ସ୍ୱୀକାର କରିସାରିଛନ୍ତି। ତେବେ ସେ ଯେତେବେଳେ ଦୁଃଖରେ ଥାଆନ୍ତି ମନର ଅକୁହା ବେଦନାକୁ ଚିଠିରେ ପ୍ରକାଶ କରିଛନ୍ତି ବୋଲି  ବିଦ୍ୟାଭାରତୀ କହିଛନ୍ତି। ଏହି ଚିଠି ସହିତ ସୌମ୍ୟଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।  ସେ କହିଛନ୍ତି ଯେ, ମୁଁ ଯେତେବେଳେ ଏକୁଟିଆ ଥାଏ  ମନର ଦୁଃଖକୁ ଲେଖେ। ସେଇଟା କାହା ଉଦ୍ଦେଶ୍ୟରେ ନଥିଲା। କାହା ପାଇଁ ମଧ୍ୟ ନଥିଲା। କେବେ  କାହାକୁ ଆକ୍ଷେପ କରି କି  କାହା ଉଦ୍ଦେଶ୍ୟରେ ଲେଖି ନାହିଁ।

ଅପରପକ୍ଷେ, ବିଦ୍ୟାଭାରତୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ପକ୍ଷର ଓକିଲ ପାର୍ଥସାରଥି ନାୟକ। ଏଥିସହ ସେ କହିଛନ୍ତି, ବିଦ୍ୟାଭାରତୀଙ୍କୁ ଗିରଫ ପରେ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରୁ। ପଚରାଉଚରା କଲେ ମାମଲାରେ ଡିଏଫ୍ଓଙ୍କ ସଂପୃକ୍ତି ସମ୍ପର୍କରେ ଜଣାପଡ଼ିବ। ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଅାଇନଗତ ପ୍ରତିବନ୍ଧକ ନାହିଁ। ବିଦ୍ୟାଭାରତୀ ଗିରଫ ହେଲେ ସବୁ କଥା ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥି ନାୟକ ।

ବିବାହର ମାତ୍ର ୬ ମାସ ପରେ ସ୍ୱାମୀ ପାଇଁ କିପରି ଜଣେ ସ୍ତ୍ରୀ ମନରେ ଏତେ ଘୃଣା ଭରିଗଲା, କ’ଣ ପାଇଁ ସେ ତାଙ୍କଠୁ ଅଲଗା ହେବାକୁ ଚାହୁଁଥିଲେ, ଏପରିକି ଏଥିପାଇଁ ଭଗବାନଙ୍କୁ କାକୁତିମିନତି ବି ହେଉଥିଲେ, ସେ ଅଡ଼ୁଆ ଖିଅକୁ ଧରିବାକୁ ପୁଲିସ୍‌ ଚଳାଇଛି ତଦନ୍ତ।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe