Advertisment

ମୃତ ୩ ନକ୍ସଲଙ୍କ ଭିତରୁ ଜଣଙ୍କ ପରିଚୟ ମିଳିଲା

ଅନ୍ୟ ୨ ନକ୍ସଲଙ୍କ ସଂପର୍କରେ ଅନୁଧ୍ୟାନ ଜାରି ରହିଛି। ସର୍ଚ୍ଚ ଅପରେସନ ଭିତରେ ଏମ.ରାମପୁର ଜଙ୍ଗଲରୁ AK 47 ସହ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଗତ ଦୁଇ ଦିନ ତଳେ ସଂପୃକ୍ତ ୩ ନକ୍ସଲ SIW ଗୁଳିରେ ପ୍ରାଣ ହରାଇଥିଲେ।

Jawan

Jawan

Advertisment

ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗ ତଥା SIW ଗୁଳିରେ କଳାହାଣ୍ଡିରେ ପ୍ରାଣ ହରାଇଥିବା ୩ ନକ୍ସଲଙ୍କ ମଧ୍ୟରୁ ମିଳିଛି ଜଣଙ୍କ ପରିଚୟ। ନିହତ ନକ୍ସଲ ହେଉଛି ୩୪ ବର୍ଷିୟ ଲଳିତ। ସେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ତଥା KKBN ଡିଭିଜନର ରାହୁଲ ଏରିଆ କମିଟିର ସଦସ୍ୟ। ଘର ଛତିଶଗଡ଼ ବିଜାପୁର ଜିଲ୍ଲା ଗମପୁର ଗାଁରେ। ଲଳିତ ବହୁ ମାଓ ହିଂସା କାର୍ଯ୍ୟକଳାପରେ ସଂପୃକ୍ତ। ତା’ ମୁଣ୍ଡ ପାଇଁ ୪ ଲକ୍ଷ ଟଙ୍କା ଘୋଷଣା କରିଥିଲା କନ୍ଧମାଳ ପୁଲିସ।

Advertisment

ସେପଟେ ଅନ୍ୟ ୨ ନକ୍ସଲଙ୍କ ସଂପର୍କରେ ଅନୁଧ୍ୟାନ ଜାରି ରହିଛି। ସର୍ଚ୍ଚ ଅପରେସନ ଭିତରେ ଏମ.ରାମପୁର ଜଙ୍ଗଲରୁ AK 47 ସହ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଗତ ଦୁଇ ଦିନ ତଳେ ସଂପୃକ୍ତ ୩ ନକ୍ସଲ SIW ଗୁଳିରେ ପ୍ରାଣ ହରାଇଥିଲେ।

୯ ତାରିଖରେ ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍‌ ଡିଏସ୍‌ପି ଆହତ ହୋଇଥିଲେ। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା।

Advertisment
Naxal Naxal Activities Naxal Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe