Advertisment

ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜଟଣୀ ନିର୍ବାଚନ ମଣ୍ଡଳୀର ମଦନପୁର ପଞ୍ଚାୟତରେ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ। ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡି ନେତା। ଆକ୍ରମଣ କରିଥିବା ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ଜ୍ଞାନରଞ୍ଜନ ମାନସିଂହ ଓରଫ ପୁତୁଲୁ। ସେ ରିଫନ ବଳିୟାରସିଂହଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗାଡି ସାଇଡ୍ ମରାକୁ କେନ୍ଦ୍ର କରି ପ୍ରଥମେ ପୁତୁଲୁ ଓ ରିଫନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ହଠାତ୍ ଏକ ମାରଣାସ୍ତ୍ରରେ ରିଫନ୍‌ଙ୍କ ମୁଣ୍ଡକୁ […]

ଅଦ୍ୟତନ ହୋଇଛି
ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ଗୋଡ଼ାଇ ଗୋଡ଼ାଇ ହାଣିଲେ

bjd-leader

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜଟଣୀ ନିର୍ବାଚନ ମଣ୍ଡଳୀର ମଦନପୁର ପଞ୍ଚାୟତରେ ଯୁବକଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ। ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ବିଜେଡି ନେତା। ଆକ୍ରମଣ କରିଥିବା ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ଜ୍ଞାନରଞ୍ଜନ ମାନସିଂହ ଓରଫ ପୁତୁଲୁ। ସେ ରିଫନ ବଳିୟାରସିଂହଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି।

Advertisment

ଗାଡି ସାଇଡ୍ ମରାକୁ କେନ୍ଦ୍ର କରି ପ୍ରଥମେ ପୁତୁଲୁ ଓ ରିଫନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ହଠାତ୍ ଏକ ମାରଣାସ୍ତ୍ରରେ ରିଫନ୍‌ଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ପୁତୁଲୁ। ଏଥିରେ ରିଫନ୍ ଗୁରୁତର ଆହତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଇନ୍ଫୋଭ୍ୟାଲି ଥାନାରେ ଆହତ ରିଫନ୍‌ଙ୍କ ଦାଦା ରଞ୍ଜନ ରଣସିଂହ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ଓ ଆହତ ମଦନପୁର ଗ୍ରାମର। ପୁତୁଲୁ କିଛି ଦିନ ତଳେ ଖଣ୍ଡାରେ ଜନ୍ମଦିନ କେକ୍ କାଟି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲେ। ସାନି ଏକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ତେବେ ଏନେଇ ପୁତୁଲ କିମ୍ବା ବିଜେଡି ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe