Advertisment

ଦଣ୍ଡ ଯାତ୍ରା ବେଳେ ରକ୍ତପାତ; ଜଣଙ୍କ ଜୀବନ ଗଲା, ପୁଲିସକୁ ଛେଚିଲେ ଲୋକେ

ନୟାଗଡ଼(‌ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଦଣ୍ଡ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକ ହେଲେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ା। ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆଇଆଇସି ପ୍ରଜ୍ଞା ପରମିତା ଜେନାଙ୍କ ସମେତ ଚାରି ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁରେ ଗତକାଲି ମେରୁ ଯାତ୍ରା […]

ଅଦ୍ୟତନ ହୋଇଛି
ଦଣ୍ଡ ଯାତ୍ରା ବେଳେ ରକ୍ତପାତ; ଜଣଙ୍କ ଜୀବନ ଗଲା, ପୁଲିସକୁ ଛେଚିଲେ ଲୋକେ

nayagrah

Advertisment

ନୟାଗଡ଼(‌ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ଦଣ୍ଡ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ  ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକ ହେଲେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ା। ଆହତମାନଙ୍କୁ ନୟାଗଡ଼ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆଇଆଇସି ପ୍ରଜ୍ଞା ପରମିତା ଜେନାଙ୍କ ସମେତ ଚାରି ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁରେ ଗତକାଲି ମେରୁ ଯାତ୍ରା ଥିଲା। ପଣାସଂକ୍ରାନ୍ତି ପୂର୍ବ ଦିନ ଏହି ଦୁଇଟି ଗାଁରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାଏ।  ଗତକାଲି ରାତିରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁରୁ ଶୋଭାଯାତ୍ରା ବାହାରି ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବମନ୍ଦିରରେ ପହଞ୍ଚିଥିଲା। ସେଠାରେ କୌଣସି କଥାକୁ ନେଇ ଦୁର୍ଗାପ୍ରସାଦଓ ଦେଉଳପଲ୍ଲୀ ଗାଁର ଲୋକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇଟି ଗାଁର ଲୋକମାନେ ପରସ୍ପରକୁ ଟେକା ପଥର ମାଡ଼ କରିଥିଲେ। ଏହି ଟେକା ପଥର ମାଡ଼ ଏତେ ଉଗ୍ର ରୂପ ନେଇଥିଲା ଯେ  ଦୁଇ ଗାଁର ଲୋକମାନେ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ।

[caption id="attachment_727233" align="aligncenter" width="650"]Nayagrah ଦଣ୍ଡଯାତ୍ରା ବେଳେ  ସଂଘର୍ଷ[/caption]

Advertisment

ଏହି ସମୟରେ ଦେଉଳପଲ୍ଲୀ ଗାଁର ଲୋକ ଦୁର୍ଗାପ୍ରସାଦର ଗାଁ ନବୀନକୁ ଅପହରଣ କରି ନେଇଥିଲେ।  ପରେ ତାଙ୍କୁ ଧାରୁଆ ଅସ୍ତ୍ରରେ  ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ  କରିଛନ୍ତି। ଖବର ପାଇ  ଟାଉନଥାନା ଆଇଆଇସି ପ୍ରଜ୍ଞା ପରମିତା ଜେନା ଓ ପୁଲିସ ଫୋର୍ସ ଗାଁରେ ପହଞ୍ଚିଥିଲେ। ଲୋକମାନେ ମଧ୍ୟ ପୁଲିସକୁ ଆକ୍ରମଣ କରିବାକୁ ପଛେଇ ନଥିଲେ।  ଲୋକଙ୍କ ଠେଲାପଥର ମାଡ଼ରେ ଆଇଆଇସି ସମେତ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ଦେଉଳ ପଲ୍ଲୀ ଗାଁ ନିକଟ ନେଳିଆ ପୋଖରୀ ରାସ୍ତାକଡ଼ରୁ ନବୀନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ମୃତଦେହ  ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବେ ଦୁଇଟି ଗାଁରେ ପରିସ୍ଥିତି ଶାନ୍ତ ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Attack On Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe