କେନ୍ଦ୍ରାପଡ଼ା ଓ ଯାଜପୁରରେ ୨ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ

କେନ୍ଦ୍ରାପଡ଼ା/ଯାଜପୁର/ଜୟପୁର (ଓଡ଼ିଶା ରିପୋର୍ଟ): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କେନ୍ଦ୍ରାପଡ଼ା ଓ ଯାଜପୁରରେ ଚିହ୍ନଟ କରାଯାଇଛି। ଏହା ସହିତ ସେମାନଙ୍କୁ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, “ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ଗତ କିଛି ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ଆଠ ହଜାର ଓ […]

d-24

d-24

Tapaswini Nayak
  • Published: Wednesday, 01 April 2020
  • Updated: 01 April 2020, 02:15 PM IST

କେନ୍ଦ୍ରାପଡ଼ା/ଯାଜପୁର/ଜୟପୁର (ଓଡ଼ିଶା ରିପୋର୍ଟ): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କେନ୍ଦ୍ରାପଡ଼ା ଓ ଯାଜପୁରରେ ଚିହ୍ନଟ କରାଯାଇଛି। ଏହା ସହିତ ସେମାନଙ୍କୁ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, “ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ଗତ କିଛି ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅନ୍ୟ ରାଜ୍ୟରୁ ଆଠ ହଜାର ଓ ବାହାର ଦେଶରୁ ଛଅ ଶହ ଲୋକ ଆସିଛନ୍ତି। ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯିବ ସହ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି।”

ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବା ନିଜାମୁଦ୍ଦିନ ଫେରନ୍ତାଙ୍କ ଘର ବିଂଝାରପୁର ଅଞ୍ଚଳରେ। ଏନେଇ ଜିଲ୍ଲାପାଳ ରଂଜନ କୁମାର ଦାସ କହିଛନ୍ତି, ଚିହ୍ନଟ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ରେ ଆଇସୋଲେସନ୍‌ରେ ରଖାଯାଇଛି। ଏହା ସହିତ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ତାଙ୍କ ପରିବାର ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି।

ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରୁ ମଧ୍ୟ ଦୁଇ ଜଣ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ। କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋଟପାଡ଼ର ଓ ଅନ୍ୟ ଜଣେ ଜୟପୁରର। କୋଟପାଡ଼ରୁ ଯାଇଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ଅଛନ୍ତି। ସେହିପରି ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣଙ୍କ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଅଛନ୍ତି।

ଏହା ପୂର୍ବରୁ ଗତକାଲି ନିଜାମୁଦ୍ଦିନ ଫେରନ୍ତା ୩ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ହସ୍‌ପିଟାଲ୍‌ ହସ୍ପିଟାଲ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ନିଜାମୁଦ୍ଦିନ ଧର୍ମସଭାରେ ପ୍ରାୟ ୩୪ ଶହ ଲୋକ ଏକାଠି ହୋଇଥିଲେ। ଭାରତ ଓ ଭାରତ ବାହାରୁ ବହୁ ପ୍ରତିନିଧି ଏଥିରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ବହୁ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ି ଥିଲା। ସେମାନଙ୍କ ମଧ୍ୟରୁ ବିଭିନ୍ନ ରାଜ୍ୟରେ କେତେକଙ୍କ ମୃତ୍ୟୁ ହେବା ପରେ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରିକି ଏହି ସଭା ଆୟୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ସରକାର ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos