Advertisment

ଆରଡ଼ି ଆଖଣ୍ଡଳମଣି ପୀଠରେ ଛୁରାମାଡ଼, ସେବାୟତ ଗୁରୁତର

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଆରଡ଼ି ଆଖଣ୍ଡଳମଣି ପୀଠରେ ପଡ଼ିଛି ରକ୍ତ ଛିଟା। ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଜଣେ ସେବାୟତଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ଆହତ। ଭକ୍ତଙ୍କୁ ଦକ୍ଷିଣା ମାଗିବାକୁ କେନ୍ଦ୍ର କରି ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ। ଛୁରାମାଡ଼ କରିଥିବା ସେବାୟତ ଥାନାରେ ଅଟକ। ଆଜି ଏହି ଘଟଣାକୁ ନେଇ ଆଖଣ୍ଡଳମଣି ମନ୍ଦିରରେ ଭକ୍ତ ଅସନ୍ତୋଷ ପ୍ରକାଶ ପାଇଛି। ଆହତ ସେବାୟତ ଜଣକ ଗଦାଧର ପାଢ଼ୀ। ତାଙ୍କ ବେକ ପଛରେ ଛୁରା ବାଜି ଗଭୀର କ୍ଷତ […]

ଅଦ୍ୟତନ ହୋଇଛି
ଆରଡ଼ି ଆଖଣ୍ଡଳମଣି ପୀଠରେ ଛୁରାମାଡ଼, ସେବାୟତ ଗୁରୁତର

sebayat

Advertisment

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଆରଡ଼ି ଆଖଣ୍ଡଳମଣି ପୀଠରେ ପଡ଼ିଛି ରକ୍ତ ଛିଟା। ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଜଣେ ସେବାୟତଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ଆହତ। ଭକ୍ତଙ୍କୁ ଦକ୍ଷିଣା ମାଗିବାକୁ କେନ୍ଦ୍ର କରି ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ। ଛୁରାମାଡ଼ କରିଥିବା ସେବାୟତ ଥାନାରେ ଅଟକ। ଆଜି ଏହି ଘଟଣାକୁ ନେଇ ଆଖଣ୍ଡଳମଣି ମନ୍ଦିରରେ ଭକ୍ତ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଆହତ ସେବାୟତ ଜଣକ ଗଦାଧର ପାଢ଼ୀ। ତାଙ୍କ ବେକ ପଛରେ ଛୁରା ବାଜି ଗଭୀର କ୍ଷତ ହୋଇଛି। ତାଙ୍କୁ ଚାନ୍ଦବାଲି ଆରଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି।

ଗଦାଧରଙ୍କ ଅଭିଯୋଗ ମୁତାବକ, ଆଜି ମନ୍ଦିରରେ କେତେଜଣ ସେବାୟତ ଭକ୍ତଙ୍କୁ ମନ୍ଦିର ଭିତରେ ଟିପା ଦେଇ ଭେଟି ଆଦାୟ କରୁଥିଲେ। ଏହା ନିୟମ ବିରୁଦ୍ଧ ବୋଲି କହି ଏହାକୁ ପ୍ରତିବାଦ କରିଥିଲେ ସେବାୟତ ଗଦାଧର। ଏହାକୁ ନେଇ ସେଠାରେ ଉଭୟ ପକ୍ଷଙ୍କ ଭିତରେ ବଚସା ହୋଇଥିଲା। ଏହି ସମୟରେ ସେଠାରେ ଥିବା ଜଣେ ଯୁବ ସେବାୟତ ଏକ ଛୁରା ଆଣି ଗଦାଧରଙ୍କ ବେକ ପଛ ପଟକୁ ଆକ୍ରମଣ କରିଥିଲେ।

Advertisment

ଏ ସମ୍ପର୍କରେ ଆରଡ଼ି ଫାଣ୍ଡିରେ ଅଭିଯୋଗ କରିଛନ୍ତି ଆହତ ସେବାୟତ। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe