Advertisment

୫୦୦ ଟଙ୍କାର ମାଛ ନେଇ ଘରକୁ ଯାଉଥିବା ବେଳେ ୧୦୦୦ ଟଙ୍କାର ଚାଲାଣ କଟିଲା

କଟକ/ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): ଆଜିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପକଡ଼ ଆରମ୍ଭ ହୋଇଛି। ଗାଡ଼ିର ଡକ୍ୟୁମେଣ୍ଟ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହି କ୍ରମରେ କଟକର ଜଣେ ବ୍ୟକ୍ତି ୫୦୦ ଟଙ୍କାର ମାଛ କିଣି ଘରକୁ ଫେରୁଥିବା ବେଳେ ତାଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି। ଆଜି ସକାଳେ ଏହି ବ୍ୟକ୍ତି ଜଣଙ୍କ ମାଛ ଆଣିବାକୁ ତାଙ୍କ ବାଇକ୍‌ରେ ବଜାରକୁ ଯାଇଥିଲେ। ହେଲେ ଫେରିବା ସମୟରେ ମଧୁପାଟଣା ଛକରେ ପୁଲିସ୍‌ ତାଙ୍କୁ […]

ଅଦ୍ୟତନ ହୋଇଛି
୫୦୦ ଟଙ୍କାର ମାଛ ନେଇ ଘରକୁ ଯାଉଥିବା ବେଳେ ୧୦୦୦ ଟଙ୍କାର ଚାଲାଣ କଟିଲା

ctc

Advertisment

କଟକ/ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): ଆଜିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଧରପକଡ଼ ଆରମ୍ଭ ହୋଇଛି। ଗାଡ଼ିର ଡକ୍ୟୁମେଣ୍ଟ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଏହି କ୍ରମରେ କଟକର ଜଣେ ବ୍ୟକ୍ତି ୫୦୦ ଟଙ୍କାର ମାଛ କିଣି ଘରକୁ ଫେରୁଥିବା ବେଳେ ତାଙ୍କ ନାଁରେ ୧୦୦୦ ଟଙ୍କାର ଚାଲାଣ କଟିଛି।

Advertisment

ଆଜି ସକାଳେ ଏହି ବ୍ୟକ୍ତି ଜଣଙ୍କ ମାଛ ଆଣିବାକୁ ତାଙ୍କ ବାଇକ୍‌ରେ ବଜାରକୁ ଯାଇଥିଲେ। ହେଲେ ଫେରିବା ସମୟରେ ମଧୁପାଟଣା ଛକରେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ସେ ହେଲମେଟ୍‌ ପିନ୍ଧି ନଥିବା ବେଳେ ତାଙ୍କ ବାଇକ୍‌ର ନମ୍ୱର ପ୍ଲେଟ୍‌ ମଧ୍ୟ ନଥିଲା। ପୁଲିସ୍‌ ତାଙ୍କ ବାଇକ୍‌କୁ ଜବତ କରିବା ସହ ହଜାର ଟଙ୍କାର ଚାଲାଣ କାଟିଛି। publive-image

ଏନେଇ ସେ କହିଛନ୍ତି, “୫୦୦ ଟଙ୍କାର ମାଛ ଆଣିଥିଲି। ହଜାରେ ଟଙ୍କା ଫାଇନ୍‌ ଦେଲି। ମୁଁ  ବାଇକ୍‌ ଧରି ଯୁଆଡ଼େ ଯାଏ ହେଲମେଣ୍ଟ ପିନ୍ଧେ। ଏଇ ଅଳ୍ପ ବାଟକୁ ମାଛ ଆଣିବାକୁ ଯାଇଥିଲି। କାଲି ରାତିରେ ମୋର ବାଇକ୍‌ର ନମ୍ୱର ପ୍ଲେଟ୍‌କୁ ଭାଙ୍ଗି ଦେଇଥିଲା। ଆଜି ମୁଁ ନମ୍ୱର ପ୍ଲେଟ୍‌ ଲଗାଇନି। ଆଗକୁ ହେଲମେଟ୍‌ ନିଶ୍ଚିତ ପିନ୍ଧିବି।”

Advertisment

ସେହିପରି ରାଉରକେଲାରେ ଆଜି ଯାଞ୍ଚ ବେଳେ ତିନି ଜଣ ଗିରଫ ହୋଇଛନ୍ତି। ଏମାନେ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ହନୁମାନ ବାଟିକା ପାଖରେ ଧରା ପଡ଼ିଥିଲେ।

ଭୁବନେଶ୍ୱରରେ ମଧ୍ୟ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ତେବେ ଫାଇନ୍ ପକାଇବା ବେଳେ ଅନେକ ସ୍ଥାନରେ ଲୋକେ ପୁଲିସ୍ ସହିତ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe