Advertisment

ଜାଣିଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରୁନାହାନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢୁଥିବାବେଳେ ରାଜ୍ୟ ସରକାର କେବଳ ଗଣମାଧ୍ୟମରେ ବୟାନ ଦେବାରେ ନିଜକୁ ସୀମିତ ରଖିଛନ୍ତି। ଜାଣିଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥିଲାବେଳେ ରାଜ୍ୟ ସରକାର ଏହାର ଲାଭ ଉଠାଇବାକୁ କୁଣ୍ଠାବୋଧ କରୁଛନ୍ତି। ରାଜ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇ […]

ଜାଣିଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରୁନାହାନ୍ତି ରାଜ୍ୟ ସରକାର: ବିଜେପି

Onion

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢୁଥିବାବେଳେ ରାଜ୍ୟ ସରକାର କେବଳ ଗଣମାଧ୍ୟମରେ ବୟାନ ଦେବାରେ ନିଜକୁ ସୀମିତ ରଖିଛନ୍ତି। ଜାଣିଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥିଲାବେଳେ ରାଜ୍ୟ ସରକାର ଏହାର ଲାଭ ଉଠାଇବାକୁ କୁଣ୍ଠାବୋଧ କରୁଛନ୍ତି। ରାଜ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇ ପିଆଜର ମାନକ ଦେଖି ଆସିଲା ପରେ ପିଆଜ କେନ୍ଦ୍ର ସରକାରଙ୍କ ପାଖରୁ ଶସ୍ତାରେ ଦିଆଯାଉଥିବା ପିଆଜ ଅଣାଯିବ ବୋଲି କହୁଛନ୍ତି। ଏପରି ସ୍ଥିତିରେ ଓଡ଼ିଶାରେ ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି। ଏପରି ପରିସ୍ଥିତିରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବୟାନ କଳାବଜାରୀଙ୍କୁ ପ୍ରୋସ୍ତ୍ରାହନ ଦେବା ଭଳି ହୋଇଛି। ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଦର ଉଚ୍ଚା ରହିବ ବୋଲି ମନ୍ତ୍ରୀ ନିଜେ କହିବା ସିଧାସଳଖ ଭାବେ ଅସାଧୁ ବେପାରୀ ଓ କଳାବଜାରୀ କରି ଷ୍ଟକ୍ ରଖୁଥିବା ବେପାରୀମାନଙ୍କୁ ସୁହାଇଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ଏକ ପ୍ରାଇସ୍ ଷ୍ଟାବିଲିଟ ଫଣ୍ଡ୍ ଅଛି ଯାହାର ଲାଭ ସମସ୍ତ ରାଜ୍ୟ ନେଇପାରିବେ ।

ଓଡ଼ିଶା ସରକାର ଏବେ ସୁଦ୍ଧା ସେହି ଫଣ୍ଡର ଲାଭ ନେଉନାହାନ୍ତି। ରାଜ୍ୟ ସରକାର ଚାହିଁଲେ ସେହି ଫଣ୍ଡ୍ ମାଧ୍ୟମରେ ପିଆଜ କିଣି ଶସ୍ତାରେ ରାଜ୍ୟବାସୀଙ୍କୁ ଯୋଗାଇ ପାରନ୍ତେ ମାତ୍ର ରାଜ୍ୟ ସରକାର ତାହା କରୁନାହାନ୍ତି। ତା’ଛଡ଼ା କେନ୍ଦ୍ର ସରକାର ଯେବେଠୁ ସମସ୍ତ ରାଜ୍ୟକୁ ପିଆଜ ଦେବେ ବୋଲି ଘୋଷଣା କଲେଣି ଯଦି ଓଡ଼ିଶା ସରକାର ସେବେଠାରୁ କେନ୍ଦ୍ରକୁ ମାଗି ଥାଆନ୍ତେ ତାହେଲେ ଏବେ ଓଡ଼ଶାରେ ପିଆଜ ଦର ନିୟନ୍ତ୍ରଣରେ ରହିଥାଆନ୍ତା ବୋଲି ବିଜେପି କହିଛି। ସାଧାରଣ ଖାଉଟିକୁ କିଭଳି ଶସ୍ତାରେ ପିଆଜ ମିଳିବ ସେଥିପାଇଁ ରାଜ୍ୟ ସରକାର ଆଦୌ ଯତ୍ନବାନ ନାହାନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି। ସୂଚନାଯୋଗ୍ୟ, ଏବେ ପିଆଜ କିଲୋ ୫୦ରୁ ୬୫ ଟଙ୍କାରେ ବିକ୍ରି ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe