Advertisment

ମାତିଛନ୍ତି ଅନଲାଇନ୍‌ ଲୁଟେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆପଣ ଯଦି ଲୋଭନୀୟ ବିଜ୍ଞାପନ ଦେଖି କୌଣସି ସାମଗ୍ରୀ ଅନଲାଇନ୍‌ରେ କ୍ରୟ କରିବାକୁ ଚାହୁଁଛନ୍ତି ତେବେ ସାବଧାନ୍ । କାରଣ ସବୁ ବିଜ୍ଞାପନରେ ସତ ନଥାଏ କିମ୍ବା ସବୁ ଅନ୍‌ଲାଇନ୍ ବ୍ୟବସାୟରେ ସାଧୁତା ନଥାଏ । କିଛିଦିନ ତଳେ ମଦର ହୋମ୍ ଡେଲିଭରି ନାଁରେ ଯେଭଳି ଲୁଟ୍‌ପାଟ୍ ଚାଲିଲା, ସେକଥା ଆପଣଙ୍କର ମନେଥିବ। ଏବେ କିନ୍ତୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ। ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଅନ୍‌ଲାଇନ୍ ଫୁଡ୍ ଅର୍ଡର […]

author-image
Tapas Behera
ଅଦ୍ୟତନ ହୋଇଛି
ମାତିଛନ୍ତି ଅନଲାଇନ୍‌ ଲୁଟେରା

898

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆପଣ ଯଦି ଲୋଭନୀୟ ବିଜ୍ଞାପନ ଦେଖି କୌଣସି ସାମଗ୍ରୀ ଅନଲାଇନ୍‌ରେ କ୍ରୟ କରିବାକୁ ଚାହୁଁଛନ୍ତି ତେବେ ସାବଧାନ୍ । କାରଣ ସବୁ ବିଜ୍ଞାପନରେ ସତ ନଥାଏ କିମ୍ବା ସବୁ ଅନ୍‌ଲାଇନ୍ ବ୍ୟବସାୟରେ ସାଧୁତା ନଥାଏ । କିଛିଦିନ ତଳେ ମଦର ହୋମ୍ ଡେଲିଭରି ନାଁରେ ଯେଭଳି ଲୁଟ୍‌ପାଟ୍ ଚାଲିଲା, ସେକଥା ଆପଣଙ୍କର ମନେଥିବ। ଏବେ କିନ୍ତୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ। ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଅନ୍‌ଲାଇନ୍ ଫୁଡ୍ ଅର୍ଡର ବିଜ୍ଞାପନ ଦେଇ ଗ୍ରାହକଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଉଛନ୍ତି କଳାକନା । ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ହୋଟେଲ୍ ମାଲିକ ଏବେ ପୁଲିସର ଆଶ୍ରୟ ନେଇଛନ୍ତି ।

Advertisment

ପ୍ରଥମେ ମଦର ହୋମ୍ ଡେଲିଭରି ନାଁରେ ଟଙ୍କା ହରଣଚାଲ୍ ପରେ ଏବେ ଅନ୍‌ଲାଇନ୍‌ରେ ଫୁଡ୍ ଅର୍ଡର୍ ନାଁରେ ଦୁର୍ବୃତ୍ତଙ୍କ ଲୁଟ୍ । ସମାନ ଷ୍ଟାଇଲ୍, ସମାନ ଫଣ୍ଡା । ରାଜଧାନୀର ତ୍ରିନାଥ ମହାରଣା ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଫେସ୍‌ବୁରେ ପ୍ରକାଶ ପାଇଥିବା ବିଜ୍ଞାପନର ଲିଙ୍କ ପାଇଥିଲେ ଜଣେ ବନ୍ଧୁଙ୍କ ଠାରୁ । ଯେଉଁଥିରେ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ଲେଖାଥିଲା । ଏହାଦେଖି ଲିଙ୍କ୍ ଓପନ୍ କରି ନିଜର ସମ୍ପୂର୍ଣ୍ଣ ବିବରଣୀ ଦେଲେ ତ୍ରିନାଥ । ଏହାପରେ ମେମ୍ବରସିପ୍ ବାବଦକୁ ୧୦ଟଙ୍କା ପୈଠ କଲେ ଅନ୍‌ଲାଇନରେ।

୫ ମିନିଟ୍ ପରେ ନିଜକୁ ସଂପୃକ୍ତ ହୋଟେଲ୍ର କର୍ମଚାରୀ ବୋଲି ପରିଚୟ ଦେଇ ତ୍ରିନାଥଙ୍କୁ ଫୋନ୍ କଲା ଜଣେ ବ୍ୟକ୍ତି । ଆପ୍ ଡାଉନଲୋଡ଼ ସହ ନିର୍ଦ୍ଧିଷ୍ଟ ଏକ ଆଇଡିରେ ଖୋଲିବା ପାଇଁ ବି କହିଥିଲା । କିଛି ସମୟ ମଧ୍ୟରେ ତ୍ରିନାଥଙ୍କ ମୋବାଇଲକୁ ଆସିଲା ୯,୯୯୯ ଟଙ୍କା କଟିବା ପାଇଁ ଏକ ଓଟିପି । ଏତିକି ଦେଖିବା ପରେ ଚାଲାକ୍ ହୋଇଗଲେ ତ୍ରିନାଥ । ଆଉ ନିଜର କ୍ରେଡିଟ୍ କାର୍ଡକୁ ସୌଭାଗ୍ୟବଶତଃ ବ୍ଲକ କରାଇଦେଲେ ।

Advertisment

ଦିନେ କି ଅଧେ ନୁହେଁ, ଆଜିକୁ ପ୍ରାୟ ୧୫ ଦିନ ହୋଇଗଲାଣି ଏଭଳି ଅନ୍‌ଲାଇନ୍ ଠକେଇ ଚାଲିଛି । ବିଡ଼ିଏ ଅଫିସ ନିକଟ ଏହି ପ୍ରତିଷ୍ଠିତ ହୋଟେଲ୍ ନାଁରେ ବିଜ୍ଞାପନ ପ୍ରକାଶ କରି ଗତ ୧୨ ତାରିଖରୁ ଠକେଇର ଜାଲ ବିଛାଇଛନ୍ତି ଦୁର୍ବୃତ୍ତ । ଇତିମଧ୍ୟରେ ପ୍ରାୟ ୫୦ ଗ୍ରାହକ ଗୋଟିଏ ଥାଳିରେ ୨ଟି ଥାଳି ଫ୍ରି ବିଜ୍ଞାପନ ଦେଖି ଲୁଟ୍‌ର ଶିକାର ହୋଇଥିବା କହିଛନ୍ତି ହୋଟେଲ୍ କର୍ତ୍ତୃପକ୍ଷ।  ହୋଟେଲ୍ ପକ୍ଷରୁ କୁହାଯାଇଛି ଯେ, ହୋଟେଲର ସେଭଳି କୌଣସି ୱେବସାଇଟ୍ ନାହିଁ । କିମ୍ବା କୌଣସି ଅଫର୍ ଦିଆଯାଇନି। ଏହି ଘଟଣା ପରେ ଗତ ୧୬ ତାରିଖରେ ହୋଟେଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିବା କହିଛନ୍ତି।

ଅନ୍‌ଲାଇନ୍‌ରେ ଏଭଳି ଠକାମୀ ନୂଆ ନୁହେଁ । ଭୁବନେଶ୍ୱରର ଜଣେ ମହିଳା ଗ୍ରାହକ ଲୋଭନୀୟ ଅଫର୍ ଦେଖି ଅନ୍‌ଲାଇନ୍‌ରେ ବୁକ୍ କରିଥିଲେ ଜ୍ୟାକେଟ୍ ସହ କୁର୍ତ୍ତା । ସାମଗ୍ରୀ ପହଞ୍ଚିବା ପରେ ୮୯୯ ଟଙ୍କା ପୈଠ କରି ପ୍ୟାକେଟ୍ ଗ୍ରହଣ କଲେ । କିନ୍ତୁ ପ୍ୟାକେଟରେ ଥିଲା ବ୍ୟବହୃତ ପୋଷାକ।ଏବେ ସେ ଫେରାଇବାକୁ ଚାହୁଁଥିଲେ ବି ସମ୍ଭବ ହେଉନଥିବା ଅଭିଯୋଗ କରିଛନ୍ତି ।

Odia News Online Fraud