Advertisment

ଏଣିକି ଅନ୍‌ ଲାଇନରେ ପାଠ ପଢ଼ିବେ ଦଶମ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ,  କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହେଲେ ଘରେ ରହିବା ସତ୍ତ୍ୱେ  ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଅନଲାଇନରେ ପାଠ ପଢ଼ିବେ ଦଶମ ଛାତ୍ରଛାତ୍ରୀ।  ଏପ୍ରିଲ ୧୪ ପରେ ଏହା ଆରମ୍ଭ  ହୋଇଯିବ। କେନ୍ଦ୍ର ସରକାରଙ୍କ ଦୀକ୍ଷା […]

ଅଦ୍ୟତନ ହୋଇଛି
‘କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଶିକ୍ଷକଙ୍କୁ ମାଡ଼ ମାରିଲେ ହେବ କାର୍ଯ୍ୟାନୁଷ୍ଠାନ’

samirdash007

Advertisment

ଭୁବନେଶ୍ୱର(ଓଡିଶା ରିପୋର୍ଟର): କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ,  କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ହେଲେ ଘରେ ରହିବା ସତ୍ତ୍ୱେ  ପାଠପଢ଼ା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର।

Advertisment

ଏଣିକି ଅନଲାଇନରେ ପାଠ ପଢ଼ିବେ ଦଶମ ଛାତ୍ରଛାତ୍ରୀ।  ଏପ୍ରିଲ ୧୪ ପରେ ଏହା ଆରମ୍ଭ  ହୋଇଯିବ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢିବା ଲାଗି କୁହାଯିବ।  ହେଲେ ଯେଉଁ ଛାତ୍ରଛାତ୍ରୀଙ୍କ ପାଖରେ କମ୍ଫ୍ୟୁଟର ଥିବ ସେମାନେ ଏହାଦ୍ୱାରା  ଉପକୃତ  ହୋଇପାରିବେ।

ଅନଲାଇନ୍ ପାଠପଢା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଗାଇଡ କରିବେ। ଏଥିନିମନ୍ତେ ସେମାନଙ୍କୁ କୁହାଯିବ ବୋଲି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ।

Advertisment

ଏବେ ରାଜ୍ୟର ସରକାରୀ ସ୍କୁଲରେ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ରହିଛି। ଉକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେଉଁମାନେ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ସେ ନେଇ ଲକ୍‌ଡାଉନ୍ ଖୋଲିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe