Advertisment

ଏୟାରପୋର୍ଟରେ ଚାକିରି ଦେବା ନାଁରେ ଦୁଇ ସଡୁଙ୍କୁ ଠକିଲେ ଅନଲାଇନ୍‌ ଠକ!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି କରାଇ ଦେବା ନାଁରେ ଦୁଇ ସଡୁଙ୍କୁ ଠକାଇଦେଲେ ଅନଲାଇନ୍‌ ଲୁଟେରା! ଏହି ଅନଲାଇନ୍ ଲୁଟେରାଙ୍କ ଟ୍ରାପ୍‌ରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଗୁପ୍ତେଶ୍ୱର ପ୍ରଧାନ ଓ ସୁଧାକର ଖୁଣ୍ଟିଆ! ଏହି ଦୁଇ ସଡୁଭାଇଙ୍କଠାରୁ ୨ ଲକ୍ଷ ଟଙ୍କା ଅନଲାଇନରେ ଠକି ନେଇଛନ୍ତି ଲୁଟେରା। କୋଦଳା ଅଞ୍ଚଳର ଗୁପ୍ତେଶ୍ୱର ପ୍ରଧାନଙ୍କ ପାଖକୁ ଏକ ଅଜଣା ନମ୍ୱରରୁ ଫୋନ୍‌ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ […]

ଅଦ୍ୟତନ ହୋଇଛି
ଏୟାରପୋର୍ଟରେ ଚାକିରି ଦେବା ନାଁରେ ଦୁଇ ସଡୁଙ୍କୁ ଠକିଲେ ଅନଲାଇନ୍‌ ଠକ!

thaka

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିରି କରାଇ ଦେବା ନାଁରେ ଦୁଇ ସଡୁଙ୍କୁ ଠକାଇଦେଲେ ଅନଲାଇନ୍‌ ଲୁଟେରା! ଏହି ଅନଲାଇନ୍ ଲୁଟେରାଙ୍କ ଟ୍ରାପ୍‌ରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଗୁପ୍ତେଶ୍ୱର ପ୍ରଧାନ ଓ ସୁଧାକର ଖୁଣ୍ଟିଆ! ଏହି ଦୁଇ ସଡୁଭାଇଙ୍କଠାରୁ ୨ ଲକ୍ଷ ଟଙ୍କା ଅନଲାଇନରେ ଠକି ନେଇଛନ୍ତି ଲୁଟେରା।

Advertisment

କୋଦଳା ଅଞ୍ଚଳର ଗୁପ୍ତେଶ୍ୱର ପ୍ରଧାନଙ୍କ ପାଖକୁ ଏକ ଅଜଣା ନମ୍ୱରରୁ ଫୋନ୍‌ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଏୟାରପୋର୍ଟ ଅଥରିଟିର ମ୍ୟାନେଜର ବୋଲି ପରିଚୟ ଦେଇଥିଲେ। ଏଥିସହ ଚାକିରି ପାଇଁ ସିଲେକ୍ଟ ହୋଇଛନ୍ତି ବୋଲି ଗୁପ୍ତେଶ୍ୱରଙ୍କୁ କହିଥିଲେ। ଏପରି କଲ୍‌କୁ ଗୁପ୍ତେଶ୍ୱର ପ୍ରଧାନ ପ୍ରଥମେ ବିଶ୍ୱାସ କରିନଥିଲେ। ପରେ ବିଶ୍ୱାସ କରି ୧ ଲକ୍ଷ ୨୩ ହଜାର ଟଙ୍କା ଜମା କରିଥିଲେ। ଏହା ପରେ ଗୁପ୍ତେଶ୍ୱର ପାଖକୁ ପୁଣିଥରେ ଟଙ୍କା ଜମା କରିବା ପାଇଁ ଆସିଥିଲା ଫୋନ୍‌ କଲ୍‌। ତେବେ ଏତେ ପରିମାଣର ଟଙ୍କା ଦେବା ପରେ ପୁଣି ଟଙ୍କା ମାଗୁଥିବାରୁ ଏହାକୁ ସନ୍ଦେହ କରି ଗୁପ୍ତେଶ୍ୱର ଭୁବନେଶ୍ୱର ଏୟାର ପୋର୍ଟରେ ଯାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଫୋନ୍‌ କରିଥିବା ବ୍ୟକ୍ତି ଜଣକ ଠକ ବୋଲି ଜାଣିବାକୁ ପାଇଥିଲେ।

ଅନ୍ୟପକ୍ଷରେ ଗୁପ୍ତେଶ୍ୱରଙ୍କ ସଡୁ ସୁଧାକର ଖୁଣ୍ଟିଆଙ୍କ ପାଖକୁ ମଧ୍ୟ ସମାନ ଢ଼ଙ୍ଗରେ ଚାକିରି ଦେବା ନାଁରେ ଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ସୁଧାକର ୮୦ ହଜାର ଟଙ୍କା ଜମା କରିଥିଲେ। ତେବେ ଯାଞ୍ଚ ପରେ ଏହି ଫୋନ୍‌ କଲ୍‌ ମିଥ୍ୟା ବୋଲି ଜଣାପଡ଼ିଥିଲା। ସେପଟେ ସତ୍ୟତା ଜଣାପଡ଼ିଲା ବେଳକୁ ଫୋନ୍‌କୁ ସ୍ୱିଚ୍‌ ଅଫ୍‌ କରିଦେଇଥିଲେ ଠକ।

Advertisment

ଦୁଇ ସଡୁଙ୍କ ଅଭିଯୋଗ ପରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମାମଲାର ଗୁରୁତ୍ୱକୁ ଉପଲବ୍ଧ କରି ସାଇବର ସେଲ୍‌କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅନଲାଇନ୍ ଚାକିରି, ହ୍ୱାଟ୍ସଆପ୍‌ ସାର୍ଟିଫିକେଟ ଭେରିଫିକେସନ୍ ଓ ଅନଲାଇନ୍ ଟ୍ରାଞ୍ଜାକସନ୍ କରି ଟଙ୍କା ଠକେଇରୁ ସଚେତନ ହେବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe