Advertisment

କାଲିଠୁ ନନ୍ଦନକାନନ କାଉଣ୍ଟରରେ ମିଳିବନି ଟିକେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଙ୍ଗ ଜମ୍ପ ମାରିଛି। ଲଗାତର କରୋନା ମାମଲା ବଢ଼ୁଥିବାର ଦେଖି ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ପାଇଁ କର୍ତ୍ତୃପକ୍ଷ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ଆସନ୍ତାକାଲି ଠାରୁ ନନ୍ଦନକାନନର କାଉଣ୍ଟରରେ ଆଉ ଟିକେଟ ମିଳିବନି। ଅର୍ଥାତ୍ ଶୁକ୍ରବାର ଠାରୁ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ। ଅନଲାଇନରେ ଟିକେଟ୍ କାଟିବା ପରେ ନନ୍ଦନକାନନ ଯିବାକୁ ଅନୁମତି ମିଳିବ। କରୋନା ଭାଇରସ୍ ପୁଣିଥରେ ରାଜ୍ୟରେ ବଢ଼ୁଥିବାର କର୍ତ୍ତୃପକ୍ଷ ଏହି […]

ଅଦ୍ୟତନ ହୋଇଛି
କାଲିଠୁ ନନ୍ଦନକାନନ କାଉଣ୍ଟରରେ ମିଳିବନି ଟିକେଟ୍

nandankanan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଙ୍ଗ ଜମ୍ପ ମାରିଛି। ଲଗାତର କରୋନା ମାମଲା ବଢ଼ୁଥିବାର ଦେଖି ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ୍ ପାଇଁ କର୍ତ୍ତୃପକ୍ଷ ସାନି ଗାଇଡଲାଇନ୍ ଜାରି କରିଛନ୍ତି। ଆସନ୍ତାକାଲି ଠାରୁ ନନ୍ଦନକାନନର କାଉଣ୍ଟରରେ ଆଉ ଟିକେଟ ମିଳିବନି। ଅର୍ଥାତ୍ ଶୁକ୍ରବାର ଠାରୁ ଅନଲାଇନରେ ଟିକେଟ୍ ଉପଲବ୍ଧ ହେବ। ଅନଲାଇନରେ ଟିକେଟ୍ କାଟିବା ପରେ ନନ୍ଦନକାନନ ଯିବାକୁ ଅନୁମତି ମିଳିବ।

Advertisment

କରୋନା ଭାଇରସ୍ ପୁଣିଥରେ ରାଜ୍ୟରେ ବଢ଼ୁଥିବାର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛି। ନନ୍ଦନକାନନର ଟିକେଟ୍ କାଉଣ୍ଟରରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳେ। ଭିଡ଼ ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ତେଣୁ କାଉଣ୍ଟରରେ କିପରି ଭିଡ଼ ନହେବ, ତାକୁ ଦୃଷ୍ଟିରେ ରଖି ଅନଲାଇନ୍ ଟିକେଟ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲାରେ ଲଗାତର ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ଭିତରେ ବିଏମସିରୁ ୪୦୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଲୋକାଲ କେସ୍ ୩୬୨ ରହିଛି। ସେହିପରି ଆଜି ରାଜ୍ୟରେ ୧୮୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୭୯୧ଟି । ଏଥିମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୫୮ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଭୁବନେଶ୍ୱରରେ ଏହି ସଂଖ୍ୟା ଗତ ୨୪ ଘଣ୍ଟାରେ ଆହୁରି ଅଧିକ ରହିଥିବା ଅନୁମାନ କରାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe