ବାଙ୍କି (ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କ ପୁଅ କାରୋନା ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ନିଜ ଘରେ ଆଇସୋଲେସନରେ ଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଏଥିସହ ଉକ୍ତ ଡାକ୍ତରଙ୍କ ସହ ମିଳାମିଶା କରିଥିବା ଜଣେ ଡାକ୍ତରଙ୍କୁ ମଧ୍ୟ ବାଙ୍କି ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍ରେ ପଠାଯାଇଛି। ଡାକ୍ତରଖାନାକୁ ସାନିଟାଇଜ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Health
ମାରି ଦଉଛି ମାରବର୍ଗ; କରି ଦେଉଛି ରକ୍ତରଞ୍ଜିତ ଆଖି
୧୭ ଦେଶରେ ଆଖି ପିଛୁଳାକେ ବ୍ୟାପିଲାଣି। ରୱାଣ୍ଡାରେ ପ୍ରାୟ ୧୫ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।