Advertisment

ଡାକ୍ତରଙ୍କ ପୁଅକୁ କରୋନା; ଡାକ୍ତରଖାନା ଓପିଡି ବନ୍ଦ

ବାଙ୍କି (ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କ ପୁଅ କାରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ନିଜ ଘରେ ଆଇସୋଲେସନରେ ଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। […]

ଅଦ୍ୟତନ ହୋଇଛି
ଡାକ୍ତରଙ୍କ ପୁଅକୁ କରୋନା; ଡାକ୍ତରଖାନା ଓପିଡି ବନ୍ଦ

medical

Advertisment

ବାଙ୍କି (ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଜଣେ ଡାକ୍ତରଙ୍କ ପୁଅ କାରୋନା ପଜିଟିଭ୍‌ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ନିଜ ଘରେ ଆଇସୋଲେସନରେ ଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଏଥିସହ ଉକ୍ତ ଡାକ୍ତରଙ୍କ ସହ ମିଳାମିଶା କରିଥିବା  ଜଣେ ଡାକ୍ତରଙ୍କୁ ମଧ୍ୟ ବାଙ୍କି ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ପଠାଯାଇଛି। ଡାକ୍ତରଖାନାକୁ ସାନିଟାଇଜ୍‌ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe