Advertisment

ଅପରେସନ ଗ୍ରୀନ୍‌କ୍ଲିନ୍‌ ଆରମ୍ଭ

ଲମତାପୁଟ (ଜଗତ ଜୀବନ): କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍‌କ୍ଲିନ୍‌। ଶନିବାର ପ୍ରଥମ ଦିନରେ ପାଡ଼ୁଆ ଥାନା ଅନ୍ତର୍ଗତ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ୨୨ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ମୋଟ ୨୬୪୦୦ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ […]

ଅଦ୍ୟତନ ହୋଇଛି
ଅପରେସନ ଗ୍ରୀନ୍‌କ୍ଲିନ୍‌ ଆରମ୍ଭ

Jungle

Advertisment

ଲମତାପୁଟ (ଜଗତ ଜୀବନ): କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ଅପରେସନ ଗ୍ରୀନ୍‌କ୍ଲିନ୍‌। ଶନିବାର ପ୍ରଥମ ଦିନରେ ପାଡ଼ୁଆ ଥାନା ଅନ୍ତର୍ଗତ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ୨୨ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ମୋଟ ୨୬୪୦୦ଟି ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ, ପାଡୁଆ ପୁଲିସ, ଏପିଆର ଓ ଡିଭିଏଫ ବାହିନୀ ମିଳିତ ଭାବେ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ। ନନ୍ଦପୁର ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର ଓ ପାଡ଼ୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, ଏହି ଅପରେସନ ପୂର୍ବରୁ ଆମେ ସର୍ଭେ କରିଥିଲୁ। ଡ୍ରୋନ୍ ଓ ସାଟେଲାଇଟ୍ ସର୍ଭେ କରାଯାଇଥିଲା। ସର୍ଭେ ବେଳେ ଆମେ ଜାଣିବାକୁ ପାଇଥିଲୁ ଯେ ସାରିଆପାଲି ଗାଁ ନିକଟସ୍ଥ ଜଙ୍ଗଲରେ ବ୍ୟାପକ ମାତ୍ରାରେ ଗଞ୍ଜେଇ ଚାଷ କରାଯାଇଛି। ସେହି ଅନୁସାରେ ସେଠାରେ ଶନିବାର ଅପରେସନ୍ ଗ୍ରୀନ୍‌କ୍ଲିନ୍ କରାଯାଇଥିଲା।   ଅନ୍ୟ ଅଞ୍ଚଳ ଗୁଡ଼ିକରେ ସର୍ଭେ ଚାଲିଛି। ଆମର ଅପରେସନ୍ ଆଗକୁ ବି ଚାଲିବ।

Advertisment
.
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe