ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କେଉଁଠି ରହିବ ବାଘୁଣୀ ସୁନ୍ଦରୀ । ସାତକୋଶିଆ ନା ନନ୍ଦନକାନନରେ ଅବା ମଧ୍ୟପ୍ରଦେଶର ବାନ୍ଧବଗଡ଼କୁ ଫେରିଯିବ, ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ ।
ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବା ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି । ଜଙ୍ଗଲରୁ ଧରା ଯାଇଥିବା ପଶୁଙ୍କୁ ଚିଡିଆଖାନାରେ ରଖାଯାଇ ପାରିବ ନାହିଁ ବୋଲି ପିସିସିଏଫ୍ ସେଣ୍ଟ୍ରାଲ ଜୁ ଅଥରିଟିର ସଦସ୍ୟ ସଚିବ ଡି.ଏନ୍. ସିଂହ ଚିଠି ଲେଖି ଜଣାଇଛନ୍ତି । ଏହା ହେଲେ ଜାତୀୟ ଚିଡ଼ିଆଖାନା ନୀତି-୧୯୯୮ର ବିରୁଦ୍ଧାଚରଣ ହେବ। ବହୁ କସରତ ପରେ ଗତ ମଙ୍ଗଳବାର ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିଲା। ତାକୁ ଏବେ ରାଇଗୋଡ଼ା ଏନ୍କ୍ଲୋଜରରେ ରଖାଯାଇ ତା'ର ଆଚରଣ ଅନୁଧ୍ୟାନ କରାଯାଉଛି।