Advertisment

କୁଚିଣ୍ଡାରେ ତାତିଛି ରାଜନୈତିକ ପାଣିପାଗ; ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜୋରଦାର ବିରୋଧ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): କୁଚିଣ୍ଡାରେ ଉକ୍ଷ୍ମ ରହିଛି ରାଜନୈତିକ ପାଣିପାଗ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହା ପ୍ରତିବାଦରେ ଆଜି  ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ପୃଥକ, ପୃଥକ ଭାବେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି । ଏପରି ସମୟରେ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡା […]

ଅଦ୍ୟତନ ହୋଇଛି
କୁଚିଣ୍ଡାରେ ତାତିଛି ରାଜନୈତିକ ପାଣିପାଗ; ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜୋରଦାର ବିରୋଧ

tukuni-sahu

Advertisment

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): କୁଚିଣ୍ଡାରେ ଉକ୍ଷ୍ମ ରହିଛି ରାଜନୈତିକ ପାଣିପାଗ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗ ହୋଇଥିଲା। ଏହା ପ୍ରତିବାଦରେ ଆଜି  ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ପୃଥକ, ପୃଥକ ଭାବେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି । ଏପରି ସମୟରେ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡା ଗସ୍ତରେ ଥିବା ବେଳେ ତାଙ୍କୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିଜେପି କର୍ମୀ ।

Advertisment

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡା ଗସ୍ତରେ ପହଞ୍ଚିଛନ୍ତି।  ମନ୍ତ୍ରୀ ଡାକ ବଙ୍ଗଳାରେ ଥିବା ବେଳେ କଂଗ୍ରେସ ଓ ବିଜେପି କର୍ମୀ ସେଠାରେ ପହଞ୍ଚି ନାରାବାଜି କରିଛନ୍ତି । ଏପରିକି ମନ୍ତ୍ରୀଙ୍କ ଗସ୍ତକୁ ତୀବ୍ର ବିରୋଧ କରି  ପ୍ରତିବାଦ ଜଣାଇଛନ୍ତି ଉଭୟ ଦଳର କର୍ମୀ ।

[caption id="attachment_688770" align="aligncenter" width="650"]oppose ଡାକ ବଙ୍ଗଳା ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।[/caption]

Advertisment

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ବିଜେପି ଓ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ବେଳେ ସେମାନଙ୍କ ଉପରେ ବିଜେଡି କର୍ମୀ ଆକ୍ରମଣ କରିଥିଲେ  । ଏହାର ପ୍ରତିବାଦ କରି ଆଜି କଂଗ୍ରେସ ଓ ବିଜେପି କର୍ମୀମାନେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ ବିଜେଡି କର୍ମୀ । କେବଳ ସେତିକି ନୁହେଁ, ସେମାନେ ପଥର ଓ ବୋତଲ ବି ଫିଙ୍ଗିଥିଲେ ।  ସବୁ ଦେଖି ବି ନୀରବ ଦ୍ରଷ୍ଟା ସାଜିଥିଲା ପୋଲିସ ପ୍ରଶାସନ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସଂପାଦକ ରବି ନାଏକ  ।

[caption id="attachment_688772" align="aligncenter" width="650"]police କୁଚିଣ୍ଡା ଡାକ ବଙ୍ଗଳା ବାହାରେ ମୁତୟନ ପୁଲିସ୍‌ କର୍ମୀ।[/caption]

ସେହିପରି  କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ ବିଷାନଙ୍କୁ ବିଜେଡି କର୍ମୀମାନେ ଗତକାଲି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମମିତା ହତ୍ୟା ମାମଲାରେ ନାରାବାଜି କରୁଥିଲେ ଜୟନ୍ତ। ଏହା ଦେଖି ବିଜେଡି କର୍ମୀମାନେ ତାଙ୍କୁ ଚାରିପଟୁ ଘେରି ଯାଇ ପିଟିଥିଲେ। ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଜୟନ୍ତଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe