ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ନିକଟରେ ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କୁ ବିନା ସମନରେ ଉଠାଇ ନେଇଥିଲା। ସମାନ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଶନିବାର ରାତିରେ ରିପବ୍ଲିକ୍ ଟିଭିର ସାମ୍ୱାଦିକ ପ୍ରଦୀପ ଭଣ୍ଡାରୀଙ୍କ ପାଖରେ କୋର୍ଟରୁ ବେଲ୍ ଥିବା ସତ୍ତ୍ୱେ ପ୍ରଦୀପଙ୍କୁ ମୁମ୍ୱାଇ ପୁଲିସ ହାଜର ହେବା ପାଇଁ କହିଥିଲା। ଏହପରେ ପ୍ରଦୀପ ଥାନାରେ ହାଜର ହୋଇଥିଲେ। ପାଖାପାଖି ନଅ ଘଣ୍ଟା ବିନା ଫ୍ୟାନରେ ତାଙ୍କୁ ପୁଲିସ ବସାଇଥିଲା। ଏମିତିକି ଖାଇବା ପାଇଁ କି ପାଣି ପିଇବା ପାଇଁ ଦେଇନଥିଲା ପୁଲିସ। ପରେ ପ୍ରଦୀପଙ୍କ ମୋବାଇଲ୍ ବିନା କାରଣରେ ଜବତ କରିଛି ପୁଲିସ। ଏମିତିକି କେଉଁ ଆଧାରରେ ପୁଲିସ ଜଣେ ସାମ୍ୱାଦିକଙ୍କ ମୋବାଇଲ୍ ଜବତ କଲା ଏହାର ଜବାବ ଏଯାବତ ଦେଇ ନାହିଁ ମୁମ୍ୱାଇ ପୁଲିସ୍।
#FreedomOfSpeech
Shameful how Maharashtra & Odisha police simply "pick up" & assault journalists & do custodial interrogation, without following the basic process of law, like in Pakistan. This is real fascism. Please speak up for Ramesh Rath of @otvnews & @pradip103 of @republic— Baijayant Jay Panda (@PandaJay) October 17, 2020
ମୁମ୍ୱାଇ ପୁଲିସର ଏଭଳି ମତକୁ ସମାଲୋଚନା କରି ଟ୍ୱିଟ୍ କରିଥିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ କହିଥିଲେ “ ମହାରାଷ୍ଟ୍ର ଏବଂ ଓଡ଼ିଶା ପୁଲିସର ନୀତି ନିନ୍ଦନୀୟ। ସାମ୍ୱାଦିକଙ୍କୁ ଉଠାଇ ନେଇ ଯେଉଁଭଳି ଭାବରେ ଜେରା କରୁଛନ୍ତି ତାହା ଆଇନକୁ ଉଲ୍ଲଂଘନ କରୁଛି। ଯେମିତି ପାକିସ୍ତାନରେ ହୁଏ”।
#RepublicExposesParamBir | I'm shocked at the levels to which the Police has fallen. The Mumbai Police used to have a stellar reputation, but this seems to be a basic violation of tenets of law: Jay Panda, National Vice President, BJP https://t.co/rGQJsiKgt2 pic.twitter.com/Ph3tEwojpj
— Republic (@republic) October 18, 2020
ଏହାପରେ ରବିବାର ସକାଳେ ରିପବ୍ଲିକ ଟିଭିରେ ୧୧ଟା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହିତ ବୈଜୟନ୍ତ ପଣ୍ଡା ୫ ମିନିଟ ପାଇଁ ଡିବେଟରେ ଭାଗ ନେଇଥିଲେ। ଯେଉଁଥିରେ ବୈଜୟନ୍ତ ରିପବ୍ଲିକ ଟିଭି ରିପୋର୍ଟର ପ୍ରଦୀପ ଭଣ୍ଡାରୀଙ୍କ ବିରୋଧରେ ପୁଲିସର ପଦକ୍ଷେପକୁ ନିନ୍ଦା କରିଥିଲେ। ବେଲୁଚିସ୍ତାନ ଏବଂ ପାକିସ୍ତାନରେ ଯେଉଁ ସାମ୍ବାଦିକ ସତ କୁହେ ତାଙ୍କୁ ସେଠିକାର ପୁଲିସ ବିନା କାରଣରେ ଉଠାଇ ନେଇଯାଏ ବୋଲି ବୈଜୟନ୍ତ ପଣ୍ଡା କହିଥିଲେ। ସମାନ ଘଟଣା ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କ ସହ ମଧ୍ୟ ହୋଇଥିଲା ବୋଲି ବୈଜୟନ୍ତ କହିଥିଲେ। ଓଡ଼ିଶା ଏବଂ ମହାରାଷ୍ଟ୍ର ପୁଲିସ ସମନ ନକରି ସମାନ କାମ କରୁଛି। ଯାହାକି ଆଇନକୁ ଉଲ୍ଲଂଘନ କରୁଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ସମାଲୋଚକ ତାଙ୍କ ଟ୍ୱିଟକୁ ବୁଝିନପାରି ଅନ୍ୟ ଅର୍ଥରେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ : ମୋ ଟ୍ୱିଟ୍ ନବୀନ ବାବୁ ତାଙ୍କ ସହକର୍ମୀଙ୍କୁ ବୁଝାଇ ଦିଅନ୍ତୁ: ବୈଜୟନ୍ତ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।