Advertisment

ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ନିକଟରେ ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କୁ ବିନା ସମନରେ ଉଠାଇ ନେଇଥିଲା। ସମାନ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଶନିବାର ରାତିରେ ରିପବ୍ଲିକ୍ ଟିଭିର ସାମ୍ୱାଦିକ ପ୍ରଦୀପ ଭଣ୍ଡାରୀଙ୍କ ପାଖରେ କୋର୍ଟରୁ ବେଲ୍ ଥିବା ସତ୍ତ୍ୱେ ପ୍ରଦୀପଙ୍କୁ ମୁମ୍ୱାଇ ପୁଲିସ ହାଜର ହେବା ପାଇଁ କହିଥିଲା। ଏହପରେ ପ୍ରଦୀପ ଥାନାରେ ହାଜର ହୋଇଥିଲେ। ପାଖାପାଖି ନଅ ଘଣ୍ଟା ବିନା ଫ୍ୟାନରେ ତାଙ୍କୁ ପୁଲିସ ବସାଇଥିଲା। ଏମିତିକି ଖାଇବା ପାଇଁ […]

ଅଦ୍ୟତନ ହୋଇଛି
ବୈଜୟନ୍ତଙ୍କ ଟ୍ୱିଟ୍ ବୁଝି ନପାରି ବାଉଳି ହେଲେ ସମାଲୋଚକ

BAIJYANTA PANDA

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ନିକଟରେ ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କୁ ବିନା ସମନରେ ଉଠାଇ ନେଇଥିଲା। ସମାନ ଘଟଣା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଶନିବାର ରାତିରେ ରିପବ୍ଲିକ୍ ଟିଭିର ସାମ୍ୱାଦିକ ପ୍ରଦୀପ ଭଣ୍ଡାରୀଙ୍କ ପାଖରେ କୋର୍ଟରୁ ବେଲ୍ ଥିବା ସତ୍ତ୍ୱେ ପ୍ରଦୀପଙ୍କୁ ମୁମ୍ୱାଇ ପୁଲିସ ହାଜର ହେବା ପାଇଁ କହିଥିଲା। ଏହପରେ ପ୍ରଦୀପ ଥାନାରେ ହାଜର ହୋଇଥିଲେ। ପାଖାପାଖି ନଅ ଘଣ୍ଟା ବିନା ଫ୍ୟାନରେ ତାଙ୍କୁ ପୁଲିସ ବସାଇଥିଲା। ଏମିତିକି ଖାଇବା ପାଇଁ କି ପାଣି ପିଇବା ପାଇଁ ଦେଇନଥିଲା ପୁଲିସ। ପରେ ପ୍ରଦୀପଙ୍କ ମୋବାଇଲ୍ ବିନା କାରଣରେ ଜବତ କରିଛି ପୁଲିସ। ଏମିତିକି କେଉଁ ଆଧାରରେ ପୁଲିସ ଜଣେ ସାମ୍ୱାଦିକଙ୍କ ମୋବାଇଲ୍ ଜବତ କଲା ଏହାର ଜବାବ ଏଯାବତ ଦେଇ ନାହିଁ ମୁମ୍ୱାଇ ପୁଲିସ୍।

Advertisment

https://twitter.com/PandaJay/status/1317511828159647744

ମୁମ୍ୱାଇ ପୁଲିସର ଏଭଳି ମତକୁ ସମାଲୋଚନା କରି ଟ୍ୱିଟ୍ କରିଥିଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ କହିଥିଲେ “ ମହାରାଷ୍ଟ୍ର ଏବଂ ଓଡ଼ିଶା ପୁଲିସର ନୀତି ନିନ୍ଦନୀୟ। ସାମ୍ୱାଦିକଙ୍କୁ ଉଠାଇ ନେଇ ଯେଉଁଭଳି ଭାବରେ ଜେରା କରୁଛନ୍ତି ତାହା ଆଇନକୁ ଉଲ୍ଲଂଘନ କରୁଛି। ଯେମିତି ପାକିସ୍ତାନରେ ହୁଏ”।

https://twitter.com/republic/status/1317720473908637703

ଏହାପରେ ରବିବାର ସକାଳେ ରିପବ୍ଲିକ ଟିଭିରେ ୧୧ଟା ବେଳେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହିତ ବୈଜୟନ୍ତ ପଣ୍ଡା ୫ ମିନିଟ ପାଇଁ ଡିବେଟରେ ଭାଗ ନେଇଥିଲେ। ଯେଉଁଥିରେ ବୈଜୟନ୍ତ ରିପବ୍ଲିକ ଟିଭି ରିପୋର୍ଟର ପ୍ରଦୀପ ଭଣ୍ଡାରୀଙ୍କ ବିରୋଧରେ ପୁଲିସର ପଦକ୍ଷେପକୁ ନିନ୍ଦା କରିଥିଲେ। ବେଲୁଚିସ୍ତାନ ଏବଂ ପାକିସ୍ତାନରେ ଯେଉଁ ସାମ୍ବାଦିକ ସତ କୁହେ ତାଙ୍କୁ ସେଠିକାର ପୁଲିସ ବିନା କାରଣରେ ଉଠାଇ ନେଇଯାଏ ବୋଲି ବୈଜୟନ୍ତ ପଣ୍ଡା କହିଥିଲେ। ସମାନ ଘଟଣା ଓଟିଭିର ବରିଷ୍ଠ ସାମ୍ୱାଦିକ ରମେଶ ରଥଙ୍କ ସହ ମଧ୍ୟ ହୋଇଥିଲା ବୋଲି ବୈଜୟନ୍ତ କହିଥିଲେ। ଓଡ଼ିଶା ଏବଂ ମହାରାଷ୍ଟ୍ର ପୁଲିସ ସମନ ନକରି ସମାନ କାମ କରୁଛି। ଯାହାକି ଆଇନକୁ ଉଲ୍ଲଂଘନ କରୁଛି ବୋଲି ସେ କହିଥିଲେ।

Advertisment

ସୂଚନାଯୋଗ୍ୟ, ବୈଜୟନ୍ତଙ୍କ ସମାଲୋଚକ ତାଙ୍କ ଟ୍ୱିଟକୁ ବୁଝିନପାରି ଅନ୍ୟ ଅର୍ଥରେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ : ମୋ ଟ୍ୱିଟ୍ ନବୀନ ବାବୁ ତାଙ୍କ ସହକର୍ମୀଙ୍କୁ ବୁଝାଇ ଦିଅନ୍ତୁ: ବୈଜୟନ୍ତ

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe