ସତ୍ତାବିପକ୍ଷ ହାୱା ଏବଂ ବ୍ୟାକ୍‌ଫୁଟ୍‌ରେ ବିରୋଧୀ !

ଲୋକେ ବିକଳ୍ପ ଖୋଜୁଛନ୍ତି କିନ୍ତୁ ନିର୍ଭରଯୋଗ୍ୟ ଶକ୍ତିର ସନ୍ଧାନ ଏଯାଏ ପାଇ ନାହାନ୍ତି। ରାଜ୍ୟରେ ଶାସକ ଦଳ ବିପକ୍ଷରେ ଅସନ୍ତୋଷର ହାୱା ରହିଛି କିନ୍ତୁ ବିରୋଧୀ ଏଥିରୁ ଫାଇଦା ନେବା ସ୍ଥିତିରେ ନାହାନ୍ତି। କାରଣ ୧୮ ବର୍ଷର ଶାସନ ପରେ ଆତ୍ମବିଶ୍ୱାସର ସଂକଟରେ ଛନ୍ଦି ହୋଇ ‘ସ୍ଥିତିରକ୍ଷା’ର ଖେଳ ଖେଳୁଥିବା ଶାସକ ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଛାଡ଼ି ରାଜ୍ୟର ପ୍ରାୟ ସବୁ ବିରୋଧୀ ଦଳ ଓ ନେତାଏ ଏବେ ବ୍ୟାକ୍‌ଫୁଟ୍‌ରେ ରକ୍ଷଣାତ୍ମକ ମୁଦ୍ରା ଆପଣାଇଛନ୍ତି। ରାଜ୍ୟ […]

7

7

Amaresh Biswal
  • Published: Saturday, 22 December 2018
  • Updated: 22 December 2018, 09:06 PM IST

Sports

Latest News

ଲୋକେ ବିକଳ୍ପ ଖୋଜୁଛନ୍ତି କିନ୍ତୁ ନିର୍ଭରଯୋଗ୍ୟ ଶକ୍ତିର ସନ୍ଧାନ ଏଯାଏ ପାଇ ନାହାନ୍ତି। ରାଜ୍ୟରେ ଶାସକ ଦଳ ବିପକ୍ଷରେ ଅସନ୍ତୋଷର ହାୱା ରହିଛି କିନ୍ତୁ ବିରୋଧୀ ଏଥିରୁ ଫାଇଦା ନେବା ସ୍ଥିତିରେ ନାହାନ୍ତି। କାରଣ ୧୮ ବର୍ଷର ଶାସନ ପରେ ଆତ୍ମବିଶ୍ୱାସର ସଂକଟରେ ଛନ୍ଦି ହୋଇ ‘ସ୍ଥିତିରକ୍ଷା’ର ଖେଳ ଖେଳୁଥିବା ଶାସକ ବିଜେଡି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଛାଡ଼ି ରାଜ୍ୟର ପ୍ରାୟ ସବୁ ବିରୋଧୀ ଦଳ ଓ ନେତାଏ ଏବେ ବ୍ୟାକ୍‌ଫୁଟ୍‌ରେ ରକ୍ଷଣାତ୍ମକ ମୁଦ୍ରା ଆପଣାଇଛନ୍ତି। ରାଜ୍ୟ ରାଜନୀତିର ଏଭଳି ବିଚିତ୍ର ସ୍ଥିତିରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି।

ମୋଦି ଏତିକିବେଳେ ଓଡ଼ିଶା ଆସୁଛନ୍ତି ଯେତେବେଳେ ଦେଶବ୍ୟାପୀ ଝଟକୁଥିବା ତାଙ୍କ ମ୍ୟାଜିକ୍‌ରେ କିଛି ମାତ୍ରାରେ ହେଉ ପଛେ ଏକ ବ୍ରେକ୍‌ ଲାଗିଛି। ହିନ୍ଦୁସ୍ତାନର୍‌ ହାର୍ଟ୍‌ ଲାଇନ୍‌ କୁହାଯାଉଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ବିଶେଷ କରି ଛତିଶଗଡ଼ରେ ନିର୍ବାଚନୀ ବିପର୍ଯ୍ୟୟ ଶାହା-ମୋଦିଙ୍କ ଯୋଡ଼ି ପାଇଁ ୨୦୧୯ ଦିଲ୍ଲୀ ଦଖଲ ପାଇଁ ଭିନ୍ନ ସମୀକରଣ ଓ ଭିନ୍ନ ରଣନୀତିର ଆହ୍ୱାନ ରଖିଛି। ଆଉ ଉତ୍ତରପ୍ରଦେଶରେ ‘ବୁଆ-ବବୁଆ’ ନିଦ ହଜାଇ ଦେଲେ, ବିଜେପିର ଏକାକୀତ୍ୱ ଉପରେ ଲାଗିବାକୁ ଥିବା ପ୍ରଶ୍ନଚିହ୍ନର ସମ୍ଭାବ୍ୟ ଉତ୍ତର ପାଇଁ ‘କେସିଆର୍‌’ ଓ ‘ନବୀନ୍‌’ମାନେ ଯେ ପୁଣି ଏନଡିଏ ପ୍ରୀତିଡୋରରେ ଗୁନ୍ଥା ନ ହେବେ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟ ଶାସକ ଦଳକୁ ଟକ୍କର ଦେବା ସ୍ଥିତିକୁ ଆସିଥିବା ରାଜ୍ୟ ପଦ୍ମ ପୋଖରୀରେ ଏବେ ବିଭିନ୍ନ କାରଣରୁ ପାଣି ଗୋଳିଆ। ପଞ୍ଚାୟତ ଭଳି ଆଗାମୀ ନିର୍ବାଚନରେ ବିଜେଡି ବିରୋଧୀ ସବୁ ଭୋଟ୍‌ ଯେ ବିଜେପି ମୁଣିକୁ ଆସିବ, ସେ ନେଇ କେହି ନିଶ୍ଚିତ ନୁହନ୍ତି। ଏପରି ବି କୁହାଯାଉଛି ଯେ ଜିତିବା ପଛ କଥା, ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ଭୋଟ୍ ପାଇବା ଭଳି ପ୍ରାର୍ଥୀଙ୍କୁ ବିଜେପି ଏଯାଏ ପାଇ ପାରିନାହିଁ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଧରି ଶାସକ ଦଳର ବିଧାୟକ ଓ ସରକାରଙ୍କ ବିରୋଧରେ ଯେଉଁ ଭଳି ନିର୍ବାଚନୀ ପ୍ରସଙ୍ଗ କରାଯିବା କଥା, ନିର୍ବାଚନ ପାଖେଇ ଥିଲେ ହେଁ ଏଯାଏ ତାହା ଦଳ ଠିକ୍ ଭାବେ କରିପାରିନାହିଁ। ମୁଖ୍ୟତଃ ଲୋକଙ୍କ ସ୍ୱରକୁ ନିଜ ପାଖରେ ରଖି ନ ଥିବାରୁ ବିଜେପି ଆଶାନୁଯାୟୀ ଆକ୍ରମଣାତ୍ମକ ମୁଦ୍ରା ଆପଣାଇ ପାରିନାହିଁ।

ରାଜ୍ୟ ଶାସକ ଦଳ ପାଇଁ ରାସ୍ତା ସହଜ କରିଥିବା ବିରୋଧୀଙ୍କ ସଦ୍ୟତମ ଉଦାହରଣ ସାଜିଛନ୍ତି ଅଭିଜ୍ଞ ଓ ବରିଷ୍ଠ ଦାମୋଦର ରାଉତ। ଓଡ଼ିଆ ଗଣମାଧ୍ୟମ ଏବଂ ଏହାର ଉପଭୋକ୍ତାଙ୍କ ପାଇଁ ‘ଦହି ବରା ଆଳୁଦମ୍‌’ ପାଲଟିଥିବା ଦାମ ବାବୁଙ୍କ ରାଜନୀତି ଗୋଟି ଯେ ପ୍ରଭାବଶାଳୀ ନୁହେଁ, ତାହା ଆଉ ଅବୁଝା ନାହିଁ।

କିନ୍ତୁ ଏ ସବୁ ସତ୍ତ୍ୱେ ନବୀନ୍‌ ସରକାର ଓ ବିଜେଡି ପାଇଁ ସତର୍କ ଘଣ୍ଟି ବଜାଇଛି ସେହି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ସରକାରବିରୋଧୀ ନିର୍ବାଚନ ଫଳ। ରାଜ୍ୟରେ କର୍ମନିଯୁକ୍ତି ଓ କୃଷିର ଉତ୍କଟ ସ୍ଥିତି ଯୋଗୁ କେବଳ ଏହି ଛନକା ନୁହେଁ, ପୂର୍ବରୁ ଗୁଇନ୍ଦା ରିପୋର୍ଟ ମଧ୍ୟ ଶାସକ ଦଳକୁ ସତର୍କ କରାଇଥିଲା। ଖାସ୍ ଗାଦି ଖସିଯିବା ଭୟରେ ଏବେ ଶଙ୍ଖ ମୁଖିଆ ନିଜ ଛବିକୁ ପୁଣିଥରେ ଘସି ମାଜି ଚିକ୍କଣ କରିବାରେ ଲାଗି ପଡ଼ିଛନ୍ତି ତ ୧୮ ବର୍ଷର ଶାସନ ପରେ ପ୍ରଥମ ଥର ପାଇଁ ଅନ୍ୟ ମୁହଁରେ ଓଡ଼ିଶାର ପ୍ରଶଂସାକୁ ନିଜ କଲମରେ ଖବରକାଗଜରେ ଛାପିଛନ୍ତି।

ଛବି ମଳିନ ନ ପଡ଼ିଥିଲେ, ଶାସନ ମୁଖିଆ ହକି ୱାର୍ଲଡ୍‌ କପ୍‌ରେ ବଲିଉଡ୍‌ ଓ କ୍ରିକେଟ୍‌ ସେଲିବ୍ରିଟିଙ୍କ ସହ ସେଲ୍‌ଫି ନେଉଥିଲେ କାହିଁକି ? ବିଜେଡି ପୋଷ୍ଟର୍‌ବୟଙ୍କ ଆଗାମୀ ନିର୍ବାଚନ ପ୍ରଚାର କାମକୁ ଏହା ସହଜ କରିବ ନାହିଁ କି? ସେପରି ଦରକାର ପଡ଼ି ନ ଥିଲେ, ଓଡ଼ିଆ ଲୋକେ ଦାଦନ ଖଟିବାକୁ ଯାଉଥିବା ‘ସୁରତ’ ୧୮ ବର୍ଷ ପରେ ମନେ ପଡ଼ିଥା’ନ୍ତା କାହିଁକି ? ଟଙ୍କିକିଆ ଚାଉଳ ଯଦି ଭୋଟ୍‌ ଭିଡ଼ୁଛି, ତେବେ ‘କାଳିଆ’ ଓ ‘ପିଟା’(ଆଗକୁ ‘କାକରା’, ‘ଘୁଘୁନି’ ଓ ‘ପଖାଳ’ ବି ହୋଇପାରେ) ଭଳି ନୂଆ ଯୋଜନା ଫି’ଦିନ ଛୁଟିଛି କାହିଁକି ?

ତେବେ ସବୁଠାରୁ ଦୁର୍ଭାଗ୍ୟଜନକ କଥା, ସ୍ଥିତି ରକ୍ଷା ପାଇଁ ଶଙ୍ଖ ମୁଖିଆ ନିଜ ମିଜାଜ୍‌ ବଦଳାଇବାର ଆଭାସ ଦେଉଥିବାବେଳେ ବିରୋଧୀ ତାଙ୍କୁ ଚେକ୍‌ ଦେବାର କଳାକୌଶଳ ସବୁକୁ କେବଳ ନିଜ ସ୍ୱାର୍ଥରକ୍ଷା ଓ ଅହଙ୍କାରର ତକିଆ ତଳେ ମାଡ଼ି ଦେଇଛନ୍ତି।

ପ୍ରତି ବୁଥ୍‌ରୁ ଦଳକୁ ମଜବୁତ୍‌ କରିବା ପାଇଁ ୪ ବର୍ଷ ତଳେ ମନ୍ତ୍ର ନେଇଥିବା ପଦ୍ମ ନେତା ଓ କର୍ମୀମାନେ ଏବେ ନବୀନ୍‌ଙ୍କୁ ଚେକ୍‌ ଦେବା ପାଇଁ ନିଜ କର୍ତ୍ତବ୍ୟକୁ ଭୁଲି କେବଳ ମୋଦି ଲହରୀକୁ ଚାତକ ପରି ଚାହିଁ ବସିଛନ୍ତି, ଯେତେବେଳେ ୨୦୧୯ରେ ନିଜ ଅସ୍ତିତ୍ୱକୁ ନେଇ ଖୋଦ୍ ଯାଦୁକର ନିଜେ ସନ୍ଦିହାନ୍ ଅଛନ୍ତି।

ହୋଇପାରେ, ମୋଦି ମ୍ୟାଜିକ୍‌ ଅବା କେଉଁ ଏକ ଅଦୃଶ୍ୟ ଶକ୍ତିର ଇସାରାରେ ‘ଶଙ୍ଖ’ ଆଗାମୀ ନିର୍ବାଚନରେ ସତ୍ତା ବିଚ୍ୟୁତ ହୋଇପାରେ, କିନ୍ତୁ ଏହା ସତ ଯେ ବିଜେପି ସମେତ ରାଜ୍ୟର ବିରୋଧୀ ଦଳ ସେହି ‘ ନିର୍ବାଟନୀ ପରୀକ୍ଷା’ ପାଇଁ ଏ ଯାଏଁ ପୂର୍ବ ପ୍ରସ୍ତୁତି କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos