Advertisment

‘ମୁଁ ନିବେଦନ କରୁଛି, ଚାଷୀ ଭାଇମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ଟଙ୍କା ନ ଫେରାଇବାକୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ରାଜ୍ୟ ସରକାର ପାଖାପାଖି ୩ ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଲେଖାଏଁ ଟଙ୍କା ଫେରସ୍ତ ପାଇଁ ଚିଠି କରିଛନ୍ତି। ସରକାର କହିଛନ୍ତି, ତୁମେ ମାନେ ଅଯୋଗ୍ୟ ହିତାଧିକାରୀ। ତେଣୁ ଟଙ୍କା […]

ଅଦ୍ୟତନ ହୋଇଛି
‘ମୁଁ ନିବେଦନ କରୁଛି, ଚାଷୀ ଭାଇମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ’

BJP

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ଟଙ୍କା ନ ଫେରାଇବାକୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି।

Advertisment

ସେ କହିଛନ୍ତି, “ରାଜ୍ୟ ସରକାର ପାଖାପାଖି ୩ ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଲେଖାଏଁ ଟଙ୍କା ଫେରସ୍ତ ପାଇଁ ଚିଠି କରିଛନ୍ତି। ସରକାର କହିଛନ୍ତି, ତୁମେ ମାନେ ଅଯୋଗ୍ୟ ହିତାଧିକାରୀ। ତେଣୁ ଟଙ୍କା ଫେରସ୍ତ କର। ତେବେ ଯେଉଁମାନେ କାଳିଆ ଟଙ୍କା ପାଇଛନ୍ତି ସେମାନେ ନିହାତି ଭାବେ ଦରଖାସ୍ତ କରିଥିବେ। ଆଉ ଏହାର ସିଲେକସନ୍ ହୋଇଥିବ। ସିଲେକସନ୍ ହେବା ପରେ ସେମାନଙ୍କୁ ପଇସା ଦିଆଯାଇଛି। ହେଲେ ସେମାନଙ୍କୁ ପଇସା ଦେଇ ନବୀନ ବାବୁ ସରକାର ଭୋଟରେ ଜିତି ସାରିଲା ପରେ ଆଜି ପଇସା ଫେରସ୍ତ ମାଗୁଛନ୍ତି।”

ଶ୍ରୀ ନାଏକ କହିଛନ୍ତି, “ସରକାର ପ୍ରଥମେ ୫ ହଜାର କୋଟି ଟଙ୍କାର କାଳିଆ ଯୋଜନା ପ୍ରସ୍ତୁତ କଲେ। ୨ହଜାର ୫ଶହ ୫୦ କୋଟି ଟଙ୍କା ଚାଷୀଙ୍କୁ ବାଣ୍ଟିଲେ। ଏବେ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ପଇସା ଫେରାଇବାକୁ କହୁଛନ୍ତି। ମୁଁ ନିବେଦନ କରିବି କୌଣସି ଚାଷୀ ଭାଇ ଟଙ୍କା ଫେରସ୍ତ କରିବେ ନାହିଁ। ସେମାନ ତ ପଇସା ମାଗି ନଥିଲେ। ଭୋଟ ପାଇବା ପାଇଁ ସରକାର ପଇସା ଦେଇଥିଲେ। ଜିତିଲା ପରେ ପଇସା ମାଗିବାର ଯଥାର୍ଥ କ’ଣ ଅଛି? ତେଣୁ ଯେଉଁମାନେ ସିଲେକସନ୍ କରିଛନ୍ତି, ପଇସା ଦେଇଛନ୍ତି ସେମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବଜ୍ୟାପ୍ତ କରାଯାଉ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe