Advertisment

ବିରୋଧୀ ଦଳ ନେତାଙ୍କ ୟୁ-ଟର୍ଣ୍ଣ: କହିଲେ-ନବୀନଙ୍କ ସହ ସମ୍ପର୍କ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡି ମଧ୍ୟରେ ଭିତରି ସମ୍ପର୍କ ଅଛି ବୋଲି ଆଜି ପୂର୍ବାହ୍ନରେ ଖୋଲାଖୋଲି ଭାବେ କହିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସନ୍ଧ୍ୟାରେ ନିଜର ମତ ବଦଳାଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ନାଏକ ୟୁ-ଟର୍ଣ୍ଣ ନେଇ କହିଛନ୍ତି ଯେ, ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସହ ବିଜେପିର କୌଣସି ସମ୍ପର୍କ ନାହିଁ । ଦଳୀୟ ରାଜ୍ୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ […]

ବିରୋଧୀ ଦଳ ନେତାଙ୍କ ୟୁ-ଟର୍ଣ୍ଣ: କହିଲେ-ନବୀନଙ୍କ ସହ ସମ୍ପର୍କ ନାହିଁ

bjp

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଓ ବିଜେଡି ମଧ୍ୟରେ ଭିତରି ସମ୍ପର୍କ ଅଛି ବୋଲି ଆଜି ପୂର୍ବାହ୍ନରେ ଖୋଲାଖୋଲି ଭାବେ କହିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସନ୍ଧ୍ୟାରେ ନିଜର ମତ ବଦଳାଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ନାଏକ ୟୁ-ଟର୍ଣ୍ଣ ନେଇ କହିଛନ୍ତି ଯେ, ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସହ ବିଜେପିର କୌଣସି ସମ୍ପର୍କ ନାହିଁ ।

Advertisment

ଦଳୀୟ ରାଜ୍ୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ୨୦୦୯ ମସିହାରୁ ବିଜେପି ଅନବରତ ଭାବେ ବିରୋଧୀ ଦଳ ଭୂମିକାରେ ଅଛି। ନବୀନ ପଟ୍ଟନାୟକଙ୍କ କୁଶାସନ ଓ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ଲୋକେ ବିଜେପିକୁ ଅଧିକ ଭୋଟ୍ ଦେଇଛନ୍ତି । ବିଜେପି ସବୁବେଳେ ଓଡ଼ିଶା ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରି ଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ଅଧିକ ପାଣ୍ଠି ଦେଉଛନ୍ତି। କିନ୍ତୁ ଯେହେତୁ ସବୁ ଯୋଜନା ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି ତେଣୁ ନବୀନବାବୁ ନିଜ ନାଁରେ ସେହି ଯୋଜନାର ଶ୍ରେୟ ନେଉଛନ୍ତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ଦିଆଯାଉଥିଲେ ମଧ୍ୟ ଲୋକେ ବିଶ୍ୱାସ କରୁଛନ୍ତି କି ଏହା ନବୀନବାବୁ ଦେଉଛନ୍ତି । ଓଡ଼ିଶାର ସ୍ୱାର୍ଥ ଓ ଲୋକଙ୍କ ସ୍ୱାର୍ଥ ପାଇଁ ନବୀନ ପଟ୍ଟନାୟକଙ୍କୁ ଯେଉଁଠି ସାହାଯ୍ୟ ଦରକାର ସେଠି ବିଜେପି ତାଙ୍କୁ ସମର୍ଥନ କରିପାରେ ବା କରିବ । କିନ୍ତୁ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେଭଳି ନବୀନ ପଟ୍ଟନାୟକ ଆଣିଥିଲେ ତାକୁ ବିଜେପି ତୀବ୍ର ବିରୋଧ କରୁଛି। ଏବେ ରାଜ୍ୟରେ ଯଦି କୌଣସି ଦଳ ବିଜେଡିକୁ ବିରୋଧ କରୁଥାଏ ତା’ହେଲେ ସେ ହେଉଛି ବିଜେପି ବୋଲି ଶ୍ରୀ ନାଏକ କହିଛନ୍ତି। ସେହିପରି ବିଜେପୁରରେ ବିଜେପିର ଯିଏବି ପ୍ରାର୍ଥୀ ହେବ ସିଏ ନିଶ୍ଚିତ ଜିତିବ । ସେଭଳି ବାତାବରଣ ସୃଷ୍ଟି ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ ଆଜି ପୂର୍ବାହ୍ନରେ ଶ୍ରୀ ନାଏକ କହିଥିଲେ ଯେ, କେନ୍ଦ୍ର ଓ ବିଜେପି ସହ ନବୀନଙ୍କ ଭଲ ସମ୍ପର୍କ ରହିଛି। ସେଥିପାଇଁ କେନ୍ଦ୍ର ଅଧିକ ଅନୁଦାନ ଦେଉଛି। ଆମେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ, କରିଛୁ। ସେ ଆମ ଆର୍ଶୀବାଦରୁ ଆମ କାନ୍ଧରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନବୀନ ବାବୁଙ୍କ ସହ ଆମର ମଧ୍ୟ ସମ୍ପର୍କ ଭଲ ଅଛି ।ଶ୍ରୀ ନାଏକଙ୍କ ଏହି ବୟାନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ସନ୍ଧ୍ୟାରେ ସେ ନିଜର ମତ ବଦଳାଇ ଗଣମାଧ୍ୟମକୁ ଦୋଷ ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe