Advertisment

ଦାଦନ ଖଟିବାକୁ ପ୍ରୋତ୍ସାହିତ କରାଉଛନ୍ତି ସରକାର, ମନ୍ତ୍ରୀଙ୍କ ଉତ୍ତରରୁ ଜଳଜଳ ଦିଶିଲା

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଏକ ଷ୍ଟେଟ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରୁଛନ୍ତି

Labour

Labour

Advertisment

ରାଜ୍ୟରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ରାଜ୍ୟ ସରକାର ଏହାକୁ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦେଇଥିବା ତଥ୍ୟ ହିଁ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଗତ ୩ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟାଇବା ନିମନ୍ତେ ଜାରି କରିଥିବା ଶ୍ରମିକ ଠିକାଦାର ପଞ୍ଜିକରଣ ତାଲିକାରୁ ଏହା ଜଳଜଳ ଜଣାପଡ଼ୁଛି ।

Advertisment

ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ବିଧାନସଭାରେ ଲିଖତ ଉତ୍ତରରେ କହିଛନ୍ତି ଯେ, ୨୦୨୦ ମସିହାରେ ମାତ୍ର ୧୧୭ଜଣଙ୍କୁ ଶ୍ରମିକ ଠିକାଦାର ଲାଇସେନ୍ସ ଜାରି କରିଥିବା ରାଜ୍ୟ ସରକାର ୨୦୨୧ରେ ୨୭୧ଜଣ ଓ ୨୦୨୨ରେ ୩୬୨ଜଣ ଶ୍ରମିକ ଠିକାଦାରଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟାଇବାକୁ ନେବା ନିମନ୍ତେ ଲାଇସେନ୍ସ ଜାରି କରିଛନ୍ତି । ୨୦୨୦ରେ ଏହି ପଞ୍ଜିକୃତ ୧୧୭ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ମୋଟ ୧୧୧୭୭ଜଣ ଶ୍ରମିକ ବାହାର ରାଜ୍ୟକୁ ଯାଇଥିବାବେଳେ ୨୦୨୧ରେ ୨୭୧ଜଣ ଠିକାଦାରଙ୍କ ମାଧ୍ୟମରେ ୩୧୭୮୫ଜଣ ଶ୍ରମିକ ଓ ୨୦୨୨ ମସିହାରେ ୩୬୨ଜଣ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ୨୬୭୦୦ଜଣ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି । ରାଜ୍ୟର ୧୪ଟି ଜିଲ୍ଲାରୁ ଲୋକମାନେ ଦାଦନ ଖଟିବାକୁ ଯାଇଛନ୍ତି । ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ପୁରୀ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ର ପ୍ରବାସୀ ଶ୍ରମିକମାନେ ମୁଖ୍ୟତଃ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ଆଦି ରାଜ୍ୟକୁ ଯାଇଥାନ୍ତି। ରାଜ୍ୟରେ ପ୍ରବାସୀ ଶ୍ରମିକ ନିୟୋଜନ ନିମନ୍ତେ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ(ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସତ୍ତାବଳୀ) ଆଇନ-୧୯୭୯ ଅନୁସାରେ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି ।

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଏକ ଷ୍ଟେଟ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରୁଛନ୍ତି । ଏହି ୧୪ଟି ଦାଦନ ପ୍ରବଣ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପଂଚାୟତସ୍ତରରେ ସ୍ୱଇଚ୍ଛା ପଞ୍ଜିକରଣ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିୟମାବଳୀ ସହ ଆର୍ଥିକ ସହାୟତା ଓ ଉକ୍ତ ପ୍ରବାସୀ ଶ୍ରମିକ ପ୍ରଣବ ଜିଲ୍ଲାର ପୁଲିସ ଏସପିଙ୍କୁ ମାନବଚୋରା ଚାଲାଣର ସଶକ୍ତିକରଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

Advertisment

ତେବେ ରାଜ୍ୟ ସରକାର ନିଜର ଲୋକମାନେ ଅନ୍ୟ ରାଜ୍ୟକୁ କିଭଳି ଦାଦନ ଖଟିବାକୁ ଯିବେ ନାହିଁ, ସେ ନେଇ ବିକଳ୍ପ ଜୀବିକା ଏହି ଲୋକମାନଙ୍କୁ ଦେବାରେ ବିଫଳ ହୋଇଥିବାବେଳେ ପ୍ରତିବର୍ଷ ଲାଇସେନ୍ସଧାରୀ ଶ୍ରମିକ ଠିକାଦାରଙ୍କ ସଂଖ୍ୟା ବୃଦ୍ଧି କରି ପରୋକ୍ଷରେ ଏହି ଦାଦନ ସମସ୍ୟାକୁ ଅଧିକ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ।

Migrant Labour Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe