୩ ହଜାର ଲାଞ୍ଚ ପାଇଁ ଓପିଟିସିଏଲର ଡିଜିଏମଙ୍କୁ ୫ ବର୍ଷ ଜେଲ୍

ବାରିପଦା(ମାନିକ୍‌ ଲାଲ୍‌ ପାଣି): ମାତ୍ର ୩ ହଜାର ଟଙ୍କାର ଲାଞ୍ଚ ନେଇ ୫ ବର୍ଷର ଜେଲଦଣ୍ଡ ପାଇଛନ୍ତି ଓପିଟିସିଏଲ୍‌ ଡିଜିଏମ। ଏଥିସହ ତାଙ୍କୁ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏପରି ଐତିହାସିକ ରାୟ ଦେଇଛନ୍ତି। କୌଣସି ଭିଜିଲାନ୍ସ ମାମଲାରେ ୫ ବର୍ଷ ଜେଲଦଣ୍ଡ ମିଳିବା ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରିପଦାର ସ୍ଵତନ୍ତ୍ର […]

OPTCL

OPTCL

Hemant Lenka
  • Published: Monday, 16 May 2022
  • Updated: 16 May 2022, 04:38 PM IST

Sports

Latest News

ବାରିପଦା(ମାନିକ୍‌ ଲାଲ୍‌ ପାଣି): ମାତ୍ର ୩ ହଜାର ଟଙ୍କାର ଲାଞ୍ଚ ନେଇ ୫ ବର୍ଷର ଜେଲଦଣ୍ଡ ପାଇଛନ୍ତି ଓପିଟିସିଏଲ୍‌ ଡିଜିଏମ। ଏଥିସହ ତାଙ୍କୁ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏପରି ଐତିହାସିକ ରାୟ ଦେଇଛନ୍ତି। କୌଣସି ଭିଜିଲାନ୍ସ ମାମଲାରେ ୫ ବର୍ଷ ଜେଲଦଣ୍ଡ ମିଳିବା ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାରିପଦାର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଓପିଟିସିଏଲ୍ ଡିଜିଏମ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଯଶୋବନ୍ତ ବାରିପଦା ଓପିଟିସିଏଲର ଡିଜିଏମ୍ ଭାବେ କାମ କରୁଥିବା ବେଳେ ଅଫିସରେ ଗାଡ଼ି ଭଡ଼ାରେ ଲାଗୁଥିଲା। ୨୦୧୭ ମସିହା ଅକ୍ଟୋବର ୨୪ ତାରିଖରେ ସେ ଭଡ଼ା ଗାଡ଼ିର ବିଲ୍‌ କରାଇ ଦେବା ପାଇଁ ଜଣେ ମାଲିକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭଡ଼ାରେ ଗାଡ଼ି ଲଗାଇଥିବା କାର୍ତ୍ତିକେଶ୍ୱର ଦତ୍ତ ଆପତ୍ତି ଉଠାଇଥିଲେ। ଓପିଟିଏସ୍‌ଲରେ ଭଡ଼ାରେ ଲାଗିଥିବା ଗାଡ଼ିର ମାଲିକାନା ପ୍ରକୃତରେ କାର୍ତ୍ତିକେଶ୍ୱରଙ୍କ ଭଉଣୀଙ୍କ ନାଁରେ ରହିଥିଲା। ଭଉଣୀ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭାଇ କାର୍ତ୍ତିକେଶ୍ୱରଙ୍କୁ ଗାଡ଼ି କଥା ବୁଝିବାକୁ ଅନୁମତି ଦେଇଥିଲେ। ଏଥିପାଇଁ କାର୍ତ୍ତିକେଶ୍ୱର ଓପିଟିସିଏଲ୍‌ରେ ଗାଡ଼ି ଭଡ଼ାରେ ଲଗାଇଥିଲେ।

ସେ ଭଡ଼ାଗାଡ଼ି ବାବଦରେ ୪୮ ହଜାର ଟଙ୍କାର ବିଲ୍‌ ମଞ୍ଜୁର କରିବାକୁ କହିବାରୁ ଡିଜିଏମ ଯଶୋବନ୍ତ ତାଙ୍କୁ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ। କାର୍ତ୍ତିକେଶ୍ୱର ଲାଞ୍ଚ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ଯାଞ୍ଚ କରିବା ପରେ ପୂର୍ବରୁ ମଧ୍ୟ ସେ ବିଭିନ୍ନ ଲୋକଙ୍କ ଠାରୁ ଅନେକ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଥିଲା। ତେବେ ତାଙ୍କୁ ରଙ୍ଗେହାତ ଧରିବା ପାଇଁ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ କାର୍ତ୍ତିକେଶ୍ୱର ବିଲ୍‌ ପାଇଁ ଯଶୋବନ୍ତ ଚୌଧୁରୀଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ତାଙ୍କୁ ତିନି ହଜାର ଟଙ୍କା ସହ ଗିରଫ କରିଥିଲା ବୋଲି ସରକାରୀ ଓକିଲ ଶ୍ରୀ ରାୟ ସୂଚନା ଦେଇଛନ୍ତି।

ଯଶୋବନ୍ତ ଗିରଫ ହେବା ପରେ ମାମଲାର ବିଚାର ଚାଲିଥିଲା। ହେଲେ ସେ ଜାମିନ ପାଇବା ପରେ ଭୁବନେଶ୍ୱର ୟୁନିଟ ୧ ଓପିଟିସିଏଲ୍‌ରେ ଡିଜିଏମ ଭାବେ କାମ କରୁଥିଲେ। ଆଜି ୨୦୧୭ ଲାଞ୍ଚ କାରବାର ମାମଲା ଶୁଣାଣି ଥିବାରୁ ସେ ବାରିପଦା ଭିଜିଲାନ୍ସ ନିକଟରେ ହାଜର ହୋଇଥିଲେ। ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ଦଫା ୭ ଅନୁଯାୟୀ ତାଙ୍କୁ ୩ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି।

ସେହିପରି ଦଫା ୧୩/୨ରେ ଯଶୋବନ୍ତଙ୍କୁ ୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଦୁଇଟି ଯାକ ଜେଲଦଣ୍ଡ ଦୋଷୀ ଯଶବନ୍ତଙ୍କୁ ଏକସଙ୍ଗେ କାଟିବାକୁ ପଡ଼ିବ। ଏହାର ଅର୍ଥ ସେ ସର୍ବାଧିକ ୫ ବର୍ଷ ଜେଲରେ ରହିବେ। ଯଦି ସେ ଜୋରିମାନା ଅର୍ଥ ପୈଠ ନ କରିପାରିବେ, ତା’ହେଲେ ତାଙ୍କୁ ଆଉ ଗୋଟିଏ ଅତିରିକ୍ତ ବର୍ଷ ଜେଲରେ ରହିବାକୁ ପଡ଼ିବ। ଆଜି କୋର୍ଟ ରାୟ ଶୁଣାଇବା ପରେ ତାଙ୍କୁ ବାରିପଦା କାରାଗାରକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story