Advertisment

ପାହାଡ଼ରେ ଫଳାଇଲେ ସୁନାର ଫସଲ

କୋଇଡ଼ା(ସୁନୀଲ ପଣ୍ଡା): ପାହାଡ଼ ଉପରେ ଫଳୁଛି ପନି ପରିବା। ତାହା ପୁଣି ଅର୍ଗାନିକ ପନିପରିବା। ଗୋବର ଖତ ପ୍ରୟୋଗ କରି ପରିବା ଚାଷ କରୁଛନ୍ତି ଦୁଇ ଜଣ ଉଚ୍ଚ ଶିକ୍ଷିତା ମହିଳା। ଉତ୍ପାଦନ କରୁଥିବା ପରିବାକୁ ନିଜେ ଖାଇବା ସହିତ ବଜାରରେ ବିକ୍ରି କରୁଛନ୍ତି। ଆଜି ଏପରି ଭଲ ଖବର ଆସିଛି ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଅଞ୍ଚଳରୁ। ଜିଲ୍ଲା କୋଇଡା ବ୍ଲକ ଟେନସା ପଞ୍ଚାୟତ ଜିରୋ ପଏଣ୍ଟ ଅଞ୍ଚଳର ଜିନ୍ଦଲ କଲୋନୀରେ ରହିଛି […]

ପାହାଡ଼ରେ ଫଳାଇଲେ ସୁନାର ଫସଲ

Koida

Advertisment

କୋଇଡ଼ା(ସୁନୀଲ ପଣ୍ଡା): ପାହାଡ଼ ଉପରେ ଫଳୁଛି ପନି ପରିବା। ତାହା ପୁଣି ଅର୍ଗାନିକ ପନିପରିବା। ଗୋବର ଖତ ପ୍ରୟୋଗ କରି ପରିବା ଚାଷ କରୁଛନ୍ତି ଦୁଇ ଜଣ ଉଚ୍ଚ ଶିକ୍ଷିତା ମହିଳା। ଉତ୍ପାଦନ କରୁଥିବା ପରିବାକୁ ନିଜେ ଖାଇବା ସହିତ ବଜାରରେ ବିକ୍ରି କରୁଛନ୍ତି। ଆଜି ଏପରି ଭଲ ଖବର ଆସିଛି ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା ଟେନ୍‌ସା ଅଞ୍ଚଳରୁ।

Advertisment

ଜିଲ୍ଲା କୋଇଡା ବ୍ଲକ ଟେନସା ପଞ୍ଚାୟତ ଜିରୋ ପଏଣ୍ଟ ଅଞ୍ଚଳର ଜିନ୍ଦଲ କଲୋନୀରେ ରହିଛି ଗୋଟିଏ ଛୋଟିଆ ପାହାଡ଼। ମାଳ ମାଳ ପଥର ଭିତରେ କାଁଭାଁ ଦେଖିବାକୁ ମିଳୁଥିଲା ଛୋଟ ଛୋଟ ଗଛ। ୬ ମାସ ତଳେ ସେହି ସ୍ଥାନକୁ ଜେସିବି ଲଗାଇ ସଫା କଲେ ବିଜୟାଲକ୍ଷ୍ମୀ ମହାକୁଡ଼ ଓ ଅଳକା ମିଶ୍ର। ପରେ ସେଠାରେ କୋବି, ବାଇଗଣ, ବିଲାତି, ଶିମ୍ୱ, ଫୁଲ କୋବି, ଧନିଆପତ୍ର, ଲଙ୍କା, ଝୁଡ଼ଙ୍ଗ, ଭେଣ୍ଡି, କଲରା ଆଦି ପନିପରିବା ଚାଷ କରୁଛନ୍ତି। ସେଥିରେ କିନ୍ତୁ କୌଣସି ରାସାୟନିକ ସାର ପ୍ରୟୋଗ କରୁନାହାନ୍ତି। ଆଖପାଖ ଅଞ୍ଚଳରେ ଥିବା ଗୋ’ଶାଳାରୁ ଗୋବର ସଂଗ୍ରହ କରି ସେଥିରେ ଖତ ତିଆରି କରୁଛନ୍ତି।

[caption id="attachment_787515" align="aligncenter" width="650"]Koidaଅର୍ଗାନିକ ପରିବା ଚାଷ କରୁଥିବା ବିଜୟାଲକ୍ଷ୍ମୀ ମହାକୁଡ଼ ଓ ଅଳକା ମିଶ୍ର[/caption]

Advertisment

ସକାଳେ ସଞ୍ଜରେ ଘର କାମ ସରିବା ପରେ ପରିବା ବଗିଚାକୁ ଚାଲି ଆସୁଥିଲେ ବିଜୟାଲକ୍ଷ୍ମୀ ଓ ଅଳକା। ଦୀର୍ଘ ସମୟ ଧରି ଗଛ ମୂଳରୁ ଘାଷ ଉପାଡ଼ିବାଠାରୁ ଆରମ୍ଭ କରି ପାଣି ପଡ଼ାଇବା ପର୍ଯ୍ୟନ୍ତ କାମ କରନ୍ତି। ଏପରିକି କାମରେ ୧୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ ମଧ୍ୟ କରିଛନ୍ତି।

ବିଜୟାଲକ୍ଷ୍ମୀ ମହାକୁଡ଼ ଓ ଅଳକା ମିଶ୍ର ଉତ୍ପାଦନ କରୁଥିବା ପନିପରିବା ନିଜେ ଖାଇବା ସହିତ ସାହି ପଡ଼ିଶାଙ୍କୁ ବଜାର ଦରରେ ବିକ୍ରି କରୁଦେଉଛନ୍ତି। ଏହାଛଡ଼ା କଲୋନୀରେ ଖୋଲା ଯାଇଥିବା ଆଉଟ୍‌ଲେଟ୍‌ରେ ମଧ୍ୟ ବିକ୍ରି କରୁଛନ୍ତି। ଏଥିରୁ ବେଶ୍‌ ଦୁଇ ପଇସା ପାଉଛନ୍ତି।

ବିଜୟାଲକ୍ଷ୍ମୀ ମହାକୁଡ଼ଙ୍କ କହିବା ଅନୁସାରେ ଆମେ ରାଉରକେଲାରୁ ମାର୍କେଟିଂ କରୁଥିଲୁ। ତାହା ପୁଣି ରାସାୟନିକ ସାର ପ୍ରୟୋଗ ହୋଇଥିବା ପନିପରିବା। ତେଣୁ ଆମେ ଏହି ପାହାଡ଼ଟିକୁ ସଫା କରି ପନିପରିବା ଚାଷ କରିବା ପାଇଁ ନିଷ୍ପତ୍ତି ନେଲୁ। ପୂରା ଅର୍ଗାନିକ ଉପାୟରେ ପନିପରିବା ଚାଷ କରୁଛୁ। ସେଥିରୁ ଉତ୍ପାଦନ ହେଉଥିବା ପରିବାକୁ ଆମେ ନିଜେ ଖାଇବା ସହିତ ବିକ୍ରି ମଧ୍ୟ କରୁଛୁ ବୋଲି ବିଜୟାଲକ୍ଷ୍ମୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe