Advertisment

ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗ୍ରାମ୍ୟ କୋଠା ଓ ଉନ୍ନୟନ କର୍ତ୍ତୃପକ୍ଷ(ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ତଥା ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ମିଳିଛି ଦଣ୍ଡ। ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତାଙ୍କ ସହ ମୋଟ ୬ ଜଣଙ୍କୁ ଜେଲ୍ ଓ ଜରିମାନା ମଧ୍ୟ ହୋଇଛି। ଲୋକଙ୍କୁ ଘର ଦେବା ନାଁରେ ଟଙ୍କା ହଡ଼ପ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର […]

ଓଆରଏଚ୍‌ଡିସି ଦୁର୍ନୀତି ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍

ias

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗ୍ରାମ୍ୟ କୋଠା ଓ ଉନ୍ନୟନ କର୍ତ୍ତୃପକ୍ଷ(ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ପୂର୍ବତନ ମ୍ୟାନେଜିଂ ଡାଇରେକ୍ଟର ତଥା ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ମିଳିଛି ଦଣ୍ଡ। ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

Advertisment

ତାଙ୍କ ସହ ମୋଟ ୬ ଜଣଙ୍କୁ ଜେଲ୍ ଓ ଜରିମାନା ମଧ୍ୟ ହୋଇଛି। ଲୋକଙ୍କୁ ଘର ଦେବା ନାଁରେ ଟଙ୍କା ହଡ଼ପ ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ଓଆରଏଚ୍‌ଡିସିର ଜୁନିଅର୍ ଲୋନ୍ ଅଫିସର ସତ୍ୟ ପ୍ରକାଶ ବେହେରା, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିକ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ, ଭୂମିକା ବିଲଡର୍ସ ମାନେଜିଂ ପାର୍ଟନର ଦେବଦତ୍ତ ରାୟ ଓ ପାର୍ଟନର ବିଭୂତି ଭୂଷଣ ସ୍ୱାଇଁଙ୍କୁ ଦଣ୍ଡାଦେଶ ହୋଇଛି।

Advertisment

୨୦୦୦ ମସିହାରୁ ୨୦୦୧ ଯାଏଁ ବିନୋଦ କୁମାର ଓଆରଏଚ୍‌ଡିସିର ମ୍ୟାନେଜିଂ ଡାଇରେକ୍ଟର ଥିଲେ। ଏହି ସମୟରେ ସେ ଭୌମିକ ବିଲ୍ଡର୍ସର ୪ ଜଣଙ୍କୁ ୧୮ ଲକ୍ଷ ୫୦ ହଜାର ଟଙ୍କାର ଋଣ ପ୍ରଦାନ କରିଥିଲେ। ମାତ୍ର ଜାଲ୍ ପ୍ରମାଣ ପତ୍ର ଆଧାରରେ ଏହି ଋଣ ଦିଆଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ଫଳରେ ରାଜ୍ୟ ସରକାର ବ୍ୟାପକ କ୍ଷତି ସହିଥିଲେ। ପରେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଦୋଷୀ ପ୍ରମାଣିତ ହେବା ପରେ ବିଭାଗରେ କିପରି ଦୁର୍ନୀତି ଚାଲିଥିଲା ଓ କ୍ଷମତାର କିପରି ଅପବ୍ୟବହାର ହେଉଥିଲା ତାହା ପ୍ରମାଣିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe