Advertisment

ଆଇନଜୀବୀ-ପୁଲିସ ଗଣ୍ଡଗୋଳ ମାମଲାର ହେବ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ

କଟକ (ଓଡ଼ିଶା ରିପୋର୍ଟର): କଟକରେ ଆଇନଜୀବୀ-ପୁଲିସ ଗଣ୍ଡଗୋଳ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। ଏପଟେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। କ୍ରିମିନାଲ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ସମ୍ମୁଖରେ ଆଇନଜୀବୀମାନେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆସନ୍ତାକାଲି ବାର ବାରସୋସିଏସନ ବୈଠକରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଇନଜୀବୀ-ପୁଲିସ ଗଣ୍ଡଗୋଳ ମାମଲାର ହେବ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ

Orissa-HC-Orders-Crime-Branch-Probe-Into-Police-Lawyer-Brawl

କଟକ (ଓଡ଼ିଶା ରିପୋର୍ଟର): କଟକରେ ଆଇନଜୀବୀ-ପୁଲିସ ଗଣ୍ଡଗୋଳ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍‌ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ।

Advertisment

ଏପଟେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଛି। କ୍ରିମିନାଲ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ସମ୍ମୁଖରେ ଆଇନଜୀବୀମାନେ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଆସନ୍ତାକାଲି ବାର ବାରସୋସିଏସନ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ବିବାଦ ଲାଗି ରହିଛି। ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ବିଭାଗ ପକ୍ଷରୁ ପୂର୍ବରୁ ନିଲମ୍ବିତ କରାଯାଇଛି।

Advertisment