Advertisment

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଆଶ୍ୱସ୍ତି, ମିଳିଲା ଅନ୍ତରୀଣ ସୁରକ୍ଷା

କଟକ(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମିଳିଲା ଆଶ୍ୱସ୍ତି। ଟୁଡ଼ୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ମାମଲାରେ ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି ସମୟ ଭିତରେ ତଦନ୍ତରେ ସହଯୋଗ କରିବେ କେନ୍ଦ୍ରମନ୍ତ୍ରୀ। ଏହା ସହ ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନ କରିବେ ସେ ଦିଗରେ ବି ନିର୍ଦ୍ଦେଶ […]

ଅଦ୍ୟତନ ହୋଇଛି
କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଆଶ୍ୱସ୍ତି, ମିଳିଲା ଅନ୍ତରୀଣ ସୁରକ୍ଷା  

Bishweswar-Tudu

Advertisment

କଟକ(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମିଳିଲା ଆଶ୍ୱସ୍ତି। ଟୁଡ଼ୁଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ। ଆଜି ଅନ୍ତରୀଣ ଜାମିନ୍ ଆବେଦନର ଶୁଣାଣି କରି ହାଇକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି। ମାମଲାରେ ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହି ସମୟ ଭିତରେ ତଦନ୍ତରେ ସହଯୋଗ କରିବେ କେନ୍ଦ୍ରମନ୍ତ୍ରୀ। ଏହା ସହ ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନ କରିବେ ସେ ଦିଗରେ ବି ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Advertisment

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଓକିଲ କହିଛନ୍ତି, ମନ୍ତ୍ରୀଙ୍କ ବିରୋଧରେ ଯେଉଁ ଏଫ୍‌ଆଇଆର କରାଯାଇଛି ତାହା ବିଶ୍ୱାସ ଯେଗ୍ୟ ନୁହେଁ। ରାଜନୈତିକ ଆକ୍ରୋଶ ରଖି ଯଦି  ଅଫିସରମାନେ ଏପରି କରିବେ, ତାହାହେଲେ ଦେଶରେ ସାମ୍ବିଧାନିକ ବ୍ୟବସ୍ଥା ରହିବ ନାହିଁ।

ସୂଚନାଯୋଗ୍ୟ, ଜାନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଡାକିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଆମେ ଯାଇପାରିବୁ ନାହିଁ ବୋଲି ଦୁଇ ଅଧିକାରୀ କହିଥିଲେ। ଏହା ପରେ ମନ୍ତ୍ରୀ ସେମାନଙ୍କୁ ବାରିପଦା ସର୍କିଟ୍‌ ହାଉସ୍‌କୁ ଡ଼କାଇଥିଲେ। ମାତ୍ର ସେମାନେ ରାଜି ହୋଇନଥିଲା।

Advertisment

ଶେଷରେ ମନ୍ତ୍ରୀ ନିଜ ତକତପୁର ସ୍ଥିତ କାର୍ଯ୍ୟାଳୟକୁ ଦୁଇ ଅଧିକାରୀଙ୍କୁ ଡକାଇଥିଲେ। ଡାକରା ପାଇ ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ମନ୍ତ୍ରୀ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେଠାରେ କୁଆଡ଼େ ମନ୍ତ୍ରୀ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା

ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀଙ୍କ ବିରୋଧରେ ପୁଲିସ୍‌ ୩୨୩, ୩୨୫, ୩୪୧, ୨୯୪, ୫୦୬ ଦଫାରେ ମାମଲା ରୁଜୁ କରିଥିଲା। ଗତକାଲି ଏହି ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ପୁଲିସ୍‌ର ୮ ଜଣିଆ ଟିମ୍‌ ଓ ସାଇଣ୍ଟିଫିକ୍‌ ଦଳ ମନ୍ତ୍ରୀଙ୍କ ତକତପୁର କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲା। ମାତ୍ର ଏହି ସମୟରେ କାର୍ଯ୍ୟାଳୟରେ ମନ୍ତ୍ରୀ ନ ଥିଲେ। ତାଙ୍କ ଅନୁପସ୍ଥିତିରେ ଜଣେ କର୍ମଚାରୀଙ୍କୁ ପୁଲିସ୍‌ ଜେରା କରି ଫେରିଥିଲା।

ଏହାସହ ଫେବ୍ରୁଆରୀ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଉପ-ନିର୍ଦ୍ଦେଶକ ଅଶ୍ୱିନୀ ମଲ୍ଲିକଙ୍କର ବାରିପଦା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ମଧ୍ୟ ବୟାନ୍‌ ରେକର୍ଡ କରାଯାଇଥିଲା।

Bishweswar Tudu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe