Advertisment

ହାଇକୋର୍ଟ ୫ ଦିନ ଶଟ୍‌ଡାଉନ୍

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ୫ ଦିନ ଯାଏ ଶଟଡାଉନ୍ କରାଯାଇଛି। ଅର୍ଥାତ୍ ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ସଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଜାନୁଆରୀ ୧୮ରୁ ଫେବୃଆରୀ ୪ […]

ଗୋଲାମୀ ସଂସ୍କୃତିର ପ୍ରତୀକ ‘ମାଇଁ ଲର୍ଡ଼’

High Court Of Odisha

Advertisment

କଟକ (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ୫ ଦିନ ଯାଏ ଶଟଡାଉନ୍ କରାଯାଇଛି। ଅର୍ଥାତ୍ ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ସଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଏଥିରେ କୁହାଯାଇଛି, ଜାନୁଆରୀ ୧୮ରୁ ଫେବୃଆରୀ ୪ ତାରିଖ ଯାଏ ହାଇକୋର୍ଟ ଦୁଇ ଡିଭିଜନ୍ ବେଞ୍ଚ ଓ ସାତୋଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୮ରୁ ଫେବୃଆରୀ ୪ ମଧ୍ୟରେ ସ୍ଥଗିତ ରହିଥିବା ମାମଲା ଗୁଡ଼ିକର ଶୁଣାଣି ଫେବୃଆରୀ ୭ ତାରିଖରୁ ତାଲିକାଭୁକ୍ତ ହେବ। ଏହି ସମୟସୀମା ମଧ୍ୟରେ ରୁଟିନ୍ କାର୍ଯ୍ୟଗୁଡ଼ିକ ମଧ୍ୟ ବନ୍ଦ ରହିପାରେ।

ଏହାସହ ଆସନ୍ତାକାଲି ବସିବାକୁ ଥିବା ପୂର୍ଣ୍ଣ କୋର୍ଟ ୧୮ ତାରିଖ ଦିନ ୨ଟା ବେଳେ ଭର୍ଚୁଆଲ୍ ମୋଡରେ ବସିବ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜାରି ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୦୯୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୬୮୨। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୯୨ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ଼ରୁ ୧୨୫୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୬, ସମ୍ବଲପୁରରୁ ୫୯୬, ମୟୂରଭଞ୍ଜରୁ ୩୩୮, ପୁରୀରୁ ୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe