Advertisment

ଓଡ଼ିଶା ପୁଲିସ୍‌ SI ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

ସର୍ବାଧିକ ବୟସ ସୀମା ବୃଦ୍ଧି ସମ୍ପର୍କିତ ୨୦୨୨ ମସିହା ଜାନୁଆରୀ ୧୫ ତାରିଖର ବିଜ୍ଞପ୍ତିକୁ କାହିଁକି ରଦ୍ଧ କରାନଯିବ, ସେନେଇ ଜବାବ ଦେବାକୁ ସରକାରଙ୍କୁ ନୋଟିସ କରିଛନ୍ତି କୋର୍ଟ। ଆସନ୍ତା ମାର୍ଚ୍ଚ ୯ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅଦ୍ୟତନ ହୋଇଛି
undefined

Orissa High Court

Advertisment

୨୦୨୧ ମସିହାରେ ଓଡ଼ିଶା ପୁଲିସ୍‌ ସବ-ଇନ୍ସପେକ୍ଟର ପଦବୀ ପୂରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୃକ୍ତ ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସରକାରୀ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି ସମ୍ପର୍କିତ ୨୦୨୨ ମସିହା ଜାନୁଆରୀ ୧୫ ତାରିଖର ବିଜ୍ଞପ୍ତି କାହିଁକି ରଦ୍ଧ କରାନଯିବ, ସେ ନେଇ ଜବାବ ଦାଖଲ କରିବାକୁ ସରକାରଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ଆବେଦନକାରୀ ମନୋରଞ୍ଜନ ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୧ ମସିହା ଜୁନ ୨୨ ତାରିଖରେ ଓଡ଼ିଶା ପୁଲିସର ୪୭୭ଟି ସବ-ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆବେଦନର ଶେଷ ତାରିଖ ଜୁଲାଇ ୧୭ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। କରୋନା କାରଣରୁ ବିଭିନ୍ନ ନିଯୁକ୍ତି ପରୀକ୍ଷା ନହୋଇପାରିବାରୁ ୨୦୨୧, ୨୦୨୨ ଓ ୨୦୨୩ ତିନି ବର୍ଷ ମଧ୍ୟରେ ସମସ୍ତ ସରକାରୀ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୩୮ ବର୍ଷ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ତେବେ ଯେଉଁ ପଦବୀ ଗୁଡିକ ପାଇଁ ଆବେଦନକରିବାର ସମୟ ସୀମା ଶେଷ ହୋଇଥିବ ସେହି ବିଜ୍ଞପ୍ତି କ୍ଷେତ୍ରରେ ବୟସସୀମା ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତି ଜାନୁଆରୀ ୧୧ ତାରିଖର ନିୟମ ଲାଗୁ ହେବ ନାହିଁ ବୋଲି ସାଧାରଣ ପ୍ରଶାସନ ବିଭାଗ ଜାନୁଆରୀ ୧୫ ତାରିଖରେ ଆଉ ଜାରି କରିଯାଇଥିଲା। ଓଡ଼ିଶା ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନର ସମୟସୀମା ଶେଷ ହୋଇଥିବାରୁ ଆବେଦନକାରୀ ମନୋରଞ୍ଜନ ସାହୁ ଓ ଅନ୍ୟମାନେ ବୟସସୀମା ବୃଦ୍ଧି ସମ୍ପର୍କିତ ସରକାରୀ ବିଜ୍ଞପ୍ତିର କୌଣସି ମୂଲ୍ୟ ନଥିବା ଦର୍ଶାଇ ଏହାକୁ ଖାରଜ କରିବାକୁ ଆବେଦନ କରିଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ସରକାରଙ୍କୁ ନୋଟିସ୍‌ ଜରିକରିବା ସହ ଜାନୁଆରୀ ୧୫ ତାରିଖର ସାନି ବିଜ୍ଞପ୍ତି ଉପରେ ରହିତାଦେଶ ଜରି କରିଛନ୍ତି।

Advertisment
Odisha Police Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe