Advertisment

ଓଟିଭି ସାମ୍ବାଦିକଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ହାଇକୋର୍ଟରେ ଖାରଜ

ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସମ୍ପର୍କିତ ଅଡିଓ କ୍ଲିପିଂରେ ଯେଉଁ କଥୋପକଥନ ହୋଇଛି, ତାହା ଅତି ସାଧାରଣ। ଜନସାଧାରଣରେ ଏହା କୌଣସି ଭୟର ବାତାବରଣ ସୃଷ୍ଟି କରିବାର କାରଣ ନାହିଁ।

ଅଦ୍ୟତନ ହୋଇଛି
High Court

High Court

Advertisment

କୋଭିଡ୍‌ ମହାମାରୀ ବେଳେ ଏକ ଖବର ପୋଷ୍ଟକୁ ନେଇ ଓଟିଭି ସାମ୍ବାଦିକଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ହାଇକୋର୍ଟରେ ଖାରଜ ହୋଇଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଓଟିଭି ସାମ୍ବାଦିକଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲା। ୨୦୨୦ ମସିହା ଅଗଷ୍ଟ ମାସରେ ଓଟିଭି ସୋଶାଲ ମିଡିଆ ହାଣ୍ଡେଲରେ କରୋନା ଚିକିତ୍ସା ସମ୍ପର୍କିତ ଏକ ଅଡିଓର ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଦୁଇଜଣ ବ୍ୟକ୍ତି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ସମ୍ପର୍କୀତ ଅନୁଭୂତି ବର୍ଣ୍ଣନା କରୁଥିବା ବେଳେ ଏହାକୁ ଭାଇରାଲ ଅଡିଓ ଭାବେ ଓଟିଭି ସୋଶାଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଥିଲା। ତେବେ ଅଡିଓ ପୋଷ୍ଟ ପରେ ଓଟିଭି ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ଖବର ପରିବେଷଣ କରୁଥିବା ଦର୍ଶାଇ, ବିଏମସି ପକ୍ଷରୁ କ୍ୟାପିଟାଲ ଥାନାରେ ଏକ ଅପରାଧୀକ ମାମଲା ଦାଏର କରାଯାଇଥିଲା।

Advertisment

ଓଟିଭିର ଇନପୁଟ୍‌ ଏଡିଟରଙ୍କ ବିରୋଧରେ ପୁଲିସ ଆପିସିର ଧାରା ୨୬୯, ୨୭୦, ୫୦୫ ବି ଏବଂ ୧୨୦ ବି ଏବଂ ସେକ୍ସନ ଥ୍ରୀ ଏପିଡେମିକ ଡିଜିଜ ଆକ୍ଟରେ ମାମଲା ରୁଜୁ କରୁଥିଲା। ଏଭଳି ଅଡିଓ ପୋଷ୍ଟ ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ଏବଂ କୋଭିଡ୍ ମହାମାରୀ ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଚାର କରାଯାଉଥିବା ଦର୍ଶାଯାଇଥିଲା। ତେବେ ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲା ଓଟିଭି। ଏବେ ପ୍ରାୟ ତିନି ବର୍ଷ ପରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାରଜ କରିଦେଇଛନ୍ତି। ଏପରିକି, ଏତଲାରେ ଯାହା ଦର୍ଶାଯାଇଛି, ସେଭଳି ଅଭିଯୋଗର ପ୍ରାଥମିକ ଆଧାର ନଥିବା ମଧ୍ୟ କୋର୍ଟ ଅନୁଭବ କରିଛନ୍ତି।

ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, କୋଭିଡ୍ ହସ୍ପିଟାଲରେ ଚିକିତ୍ସା ସମ୍ପର୍କିତ ଅଡିଓ କ୍ଲିପିଂରେ ଯେଉଁ କଥୋପକଥନ ହୋଇଛି, ତାହା ଅତି ସାଧାରଣ। ଜନସାଧାରଣରେ ଏହା କୌଣସି ଭୟର ବାତାବରଣ ସୃଷ୍ଟି କରିବାର କାରଣ ନାହିଁ। ଏହାଦ୍ୱାରା ଲୋକେ କୋଭିଡ୍ ଚିକିତ୍ସାକୁ ବର୍ଜନ କରିବାର ସମ୍ଭାବନା ମଧ୍ୟ ନାହିଁ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ଉପରେ ଯେଉଁ ଅପରାଧିକ ମାମଲା ଚାଲିଛି, ତାହା ପ୍ରେସ୍‌ ସ୍ୱାଧୀନତା ଉପରେ ନକାରତ୍ମକ ପ୍ରଭାବ ପକାଇବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏପଟେ ହାଇକୋର୍ଟଙ୍କ ଏ ରାୟକୁ ଗଣମାଧ୍ୟମର ବିଜୟ ବୋଲି କହିଛନ୍ତି ବହୁ ବରିଷ୍ଠ ସାମ୍ବାଦିକ।

Advertisment
Covid19 Bmc High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe