Advertisment

ରାତିରେ ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଛି। ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କର ଶତାବ୍ବୀ ନଗରରେ ଏକ  ଜୁଏଲରୀ ଦୋକାନ ରହିଛି । ସବୁ ଦିନ ପରି ଗତକାଲି  ରାତିରେ ଦୋକାନ ବନ୍ଦ କରି […]

ଅଦ୍ୟତନ ହୋଇଛି
ରାତିରେ ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଲୁଟିନେଲେ ୬ ଲକ୍ଷର ସୁନା

thief

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତିର ଅନ୍ଧକାରରେ ରାଜଧାନୀରେ ମାତିଲେ ଲୁଟେରା। ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଏପରି ଘଟଣା ଶତାବ୍ବୀ ନଗରରେ ଘଟିଥିବା ବେଳେ ଜଣେ ଜୁଏଲରୀ ମାଲିକଙ୍କ ନିକଟରୁ ପ୍ରାୟ ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଛି।

Advertisment

ସୂଚନା ଅନୁଯାୟୀ, ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କର ଶତାବ୍ବୀ ନଗରରେ ଏକ  ଜୁଏଲରୀ ଦୋକାନ ରହିଛି । ସବୁ ଦିନ ପରି ଗତକାଲି  ରାତିରେ ଦୋକାନ ବନ୍ଦ କରି ସେ ଘରକୁ ଫେରୁଥିବା ବେଳେ ବାଇକ୍‌ରେ କିଛି ଦୁବୃର୍ତ୍ତ ଆସି ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ଏହାପରେ ତାଙ୍କଠୁ ୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି ।

ଘଟଣା ପରେ ଖଣ୍ଡଗିରି ପୁଲିସ୍ ଖୋଲତାଡ଼ କରୁଛି । ମିଳିଥିବା ସୂଚନା ମୁତାବକ, ଏହି ବ୍ୟବସାୟୀଙ୍କ ସୁନା ଦୋକାନରୁ ପୂର୍ବରୁ ବି ଲୁଟ୍ ହୋଇଛି ।

Advertisment
Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe