କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ, ୨୦ରୁ ଆରମ୍ଭ ହେବ ଇ-ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ରାଜ୍ୟ ଔଷଧ ନିଗମର ୱେବସାଇଟ୍‌ରେ ଗ୍ଲୋବାଲ ଟେଣ୍ଡର୍‌ ସଂପର୍କିତ ସମସ୍ତ ସର୍ତ୍ତାବଳୀ ଉଲ୍ଲେଖ କରାଯାଇଛି । ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ୍‌ ବୈଠକ ବସିବ । ବୈଠକରେ ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in […]

vaccine

Niharika Rout
  • Published: Saturday, 15 May 2021
  • , Updated: 15 May 2021, 09:16 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଟିକା ଚାହିଦା ପୂରଣ ପାଇଁ ଅନଲାଇନ୍ ଗ୍ଲୋବାଲ ଟେଣ୍ଡର ଡାକିଲା ରାଜ୍ୟ ଔଷଧ ନିଗମ । ରାଜ୍ୟ ଔଷଧ ନିଗମର ୱେବସାଇଟ୍‌ରେ ଗ୍ଲୋବାଲ ଟେଣ୍ଡର୍‌ ସଂପର୍କିତ ସମସ୍ତ ସର୍ତ୍ତାବଳୀ ଉଲ୍ଲେଖ କରାଯାଇଛି ।

ଆସନ୍ତା ୧୯ ତାରିଖରେ ଏନେଇ ଅନଲାଇନ୍‌ ବୈଠକ ବସିବ । ବୈଠକରେ ଅନଲାଇନ୍ ଲିଙ୍କ୍ ଘୋଷଣା କରାଯିବ । କୋଭିଡ୍ ଟିକା ପାଇଁ ଇ-ଟେଣ୍ଡର ମେ ୨୦ ତାରିଖ ଅପରାହ୍ଣ ୩ଟାରୁ ଆରମ୍ଭ ହେବ । ଏଥିପାଇଁ https://tendersodisha.gov.in ରେ ଇଚ୍ଛୁକ ସଂସ୍ଥା ଆବେଦନ କରିବେ । ଅନଲାଇନ୍ ବିଡ୍ ପାଇଁ ଶେଷ ତାରିଖ ହେଉଛି ମେ ୨୮ ଦିନ ୧୦ଟା ।

୨୮ ତାରିଖ ଦିନ ୧୧ଟା ୩୦ରେ ଅନଲାଇନ୍ ବିଡ୍ ଖୋଲାଯିବ । ସେହିଦିନ ଅପରାହ୍ଣ ୫ଟାରେ ପ୍ରାଇସ୍ ବିଡ୍ ଖୋଲିବ । ବିଡ୍ ନେଇ ଆବଶ୍ୟକ କାଗଜପତ୍ର ଓଡ଼ିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ ରହିଛି । ବିଡର ଇମେଲ୍ ଆଇଡି ଦେଇ ବିଡ୍ ପାଇଁ ପୋର୍ଟାଲ୍ ରେଜିଷ୍ଟ୍ରେସନ୍ କରିହେବ ।

କମ୍ପାନୀ ଟିକା ପ୍ରସ୍ତୁତକାରୀ ଓ DCGI ଅନୁମୋଦିତ କଂପାନୀ ଆବେଦନ କରିପାରିବେ। ଓଡ଼ିଶା ୩ କୋଟି ୮୦ ଲକ୍ଷ ଡୋଜ୍ ଟିକା ମଗାଇବାକୁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛି।   ଟିକା ଯୋଗାଣକାରୀ କମ୍ପାନି ୩୦ ଦିନ ଭିତରେ ୭୫ଲକ୍ଷ ଡୋଜ୍ ଯୋଗାଇବେ । ୬୦ ଦିନ ଭିତରେ ୨କୋଟି ୨୫ଲକ୍ଷ, ୯୦ଦିନରେ ୩କୋଟି ୭୫ଲକ୍ଷ ଓ ୧୨୦ଦିନ ଭିତରେ ୩କୋଟି ୮୦ ଲକ୍ଷ ଟିକା ଯୋଗାଇବାର ସର୍ତ୍ତାବଳୀ ରଖାଯାଇଛି । ଧାର୍ଯ୍ୟ ଡୋଜ୍‌ର ୩୦ ପ୍ରତିଶତ ଟଙ୍କା ଆଗୁଆ ରାଜ୍ୟ ଔଷଧ ନିଗମ ପ୍ରଦାନ କରିବ ।

ସେହିପରି ଟିକା ପାଇବାର ୨ଦିନ ଭିତରେ ଶତ ପ୍ରତିଶତ ଟଙ୍କା କମ୍ପାନିକୁ ପ୍ରଦାନ କରାଯିବ । ତେବେ ଟେଣ୍ଡର୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଟିକା କମ୍ପାନି ଡ୍ରଗ୍ କଣ୍ଟ୍ରୋଲର୍‌ ଅଫ୍‌ ଇଣ୍ଡିଆଙ୍କ ଦ୍ବାରା ସ୍ୱିକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ।

ଔଷଧ ନିଗମ ପକ୍ଷରୁ ହୋଇଥିବା ଏହି ଗ୍ଲୋବାଲ ଟେଣ୍ଡରର ଅବଧି ୬ମାସ ରଖାଯାଇଛି । ଏହି ସମୟ ଭିତରେ ଆବେଦନ କରିଥିବା ସଂସ୍ଥା ନିଜର ଆବେଦନ ପ୍ରକ୍ରିୟାକୁ ଫେରାଇ ନେଇପାରିବେ ନାହିଁ । ଆବେଦନକାରୀ ସଂସ୍ଥା ଯଦି ପୂର୍ବ ନିର୍ଧାରିତ କୌଣସି ସର୍ତରେ ଖିଲାପ କରନ୍ତି, ତା’ହେଲେ ତାଙ୍କର ଆବେଦନକୁ ଖାରଜ କରିଦିଆଯିବ । ସେହିପରି ଟେଣ୍ଡର ସମୟରେ ଟିକା ଯୋଗାଣକାରୀ ସଂସ୍ଥା ପକ୍ଷରୁ ଧାର୍ଯ୍ୟ ଦରରେ ପରବର୍ତୀ ସମୟରେ କୌଣସି ପ୍ରକାର ପରିବର୍ତନ କରାଯାଇ ପାରିବନାହିଁ ।

ଔଷଧ ନିଗମ ପକ୍ଷରୁ ଯେତିକି ସଂଖ୍ୟକ ଟିକା ପାଇଁ ଟେଣ୍ଡର କରାଯିବ, ତାହାର ୫୦ ପ୍ରତିଶତ ଏଲ-୧ ପାଇଁ ସଂରକ୍ଷିତ ରହିବ । ବଳକା ୫୦ ପ୍ରତିଶତକୁ ନିଗମ ଅନ୍ୟ ଏକାଧିକ ଯୋଗ୍ୟ ବିବେଚିତ ସଂସ୍ଥାକୁ ଦେଇପାରିବ । ଚୁକ୍ତି ସ୍ୱାକ୍ଷର ହେବାର ୧୨ମାସ ଭିତ‌ରେ ପୁନଃ ଅର୍ଡର କରିବାର କ୍ଷମତା ଔଷଧ ନିଗମ ନିକଟରେ ରହିବ ବୋଲି ସୂଚନା ଦିଆଯାଇଛି ।

Related story