Advertisment

ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌

ଓଏସ୍‌ଏସ୍‌ସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନରେ ଓଡ଼ିଆରେ ପ୍ରଶ୍ନପତ୍ର ଆସିବ ବୋଲି କୁହାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ପରୀକ୍ଷାର୍ଥୀମାନେ ବେଶ୍‌ ଖୁସି ପ୍ରକଟ କରିଥିଲେ। ସେହି ହିସାବରେ ପ୍ରସ୍ତୁତି ମଧ୍ୟ କରିଥିଲେ।

ଅଦ୍ୟତନ ହୋଇଛି
OSSC

OSSC

Advertisment

ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌। ରବିବାର ହୋଇଥିବା ପ୍ରିଲିମନାରୀ ପରୀକ୍ଷା ବାତିଲ କଲା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି)। ଓଡ଼ିଆ ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ବାତିଲ ହେଲା ପରୀକ୍ଷା। ସାନି ପରୀକ୍ଷା ନେଇ ଖୁବଶୀଘ୍ର ଘୋଷଣା ହେବ ତାରିଖ।

Advertisment

ସୂଚନାରୁ ପ୍ରକାଶ, ଓଏସ୍‌ଏସ୍‌ସି ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନରେ ଓଡ଼ିଆରେ ପ୍ରଶ୍ନପତ୍ର ଆସିବ ବୋଲି କୁହାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ପରୀକ୍ଷାର୍ଥୀମାନେ ବେଶ୍‌ ଖୁସି ପ୍ରକଟ କରିଥିଲେ। ସେହି ହିସାବରେ ପ୍ରସ୍ତୁତି ମଧ୍ୟ କରିଥିଲେ। ହେଲେ ରବିବାର ହୋଇଥିବା ପ୍ରିଲିମନାରୀ ପରୀକ୍ଷାରେ ପ୍ରଶ୍ନପତ୍ର ଦେଖି ପରୀକ୍ଷାର୍ଥୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପ୍ରଶ୍ନପତ୍ରରେ ଓଡ଼ିଆ ଶବ୍ଦ ଗୁଡ଼ିକୁ ଠିକ୍‌ ଭାବେ ଲେଖା ଯାଇନଥିଲା। ଯେମିତି ‘ପାଖରେ’ ବଦଳରେ ‘ପାଖର’ ଓ ‘ଟଙ୍କା’ ବଦଳରେ ‘ଟଙ୍‌କାର’ ଏମିତି କେତେକ କ’ଣ ଓଡ଼ିଆ ଶବ୍ଦକୁ ବିକୃତ କରି ଲେଖାଯାଇଥିଲା। ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ଠିକ୍‌ ଭାବେ ଉତ୍ତର ଦେଇପାରିନଥିଲେ।

ପ୍ରିଲିମନାରୀ ପରୀକ୍ଷାରେ ଏପରି ଭୟଙ୍କର ତ୍ରୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ଶିକ୍ଷିତ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହିତ ଖେଳୁଛନ୍ତି ବୋଲି ମତପ୍ରକାଶ ପାଇଥିଲା। ଆଜି ସରକାର ଉକ୍ତ ପରୀକ୍ଷାକୁ ବାତିଲ୍‌ କରିଛନ୍ତି। ଆଉ ଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରଶ୍ନପତ୍ର ତ୍ରୁଟି ପାଇଁ ଦାୟୀ କିଏ? ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ସବୁ ଘଟଣା ପରି ଏହାକୁ ଚପାଇ ଦିଆଯିବ।

Advertisment

ସେପଟେ ପରୀକ୍ଷାରେ ଏପରି ତ୍ରୁଟିକୁ ନେଇ ବର୍ଷିଥିଲା ବିଜେପି। 

Odisha Cuttack OSSC Member's Crorepati PS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe