/odisha-reporter/media/media_files/2025/12/06/bse-2025-12-06-15-52-45.jpg)
ପ୍ରକାଶ ପାଇଛି OTET-୨୦୨୫ ରେଜଲ୍ଟ। ଏଥିରେ ପେପର-୧ରେ ୪୫ ହଜାର ୯୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ୮୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୭୧.୧୬% ରହିଛି। ସେହିପରି ପେପର-୨ରେ ୧ ଲକ୍ଷ ୮ ହଜାର ୬୫୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ହଜାର ୯୫୪ ଜଣ ପାସ୍ କରିଛନ୍ତି। ପେପର-୨ରେ ପାସ୍ ହାର ୬୮.୦୬% ରହିଛି।
ପେପର-୧ ଓ ପେପର-୨ରେ ମିଶି ମୋଟ୍ ୧ ଲକ୍ଷ ୫୩ ହଜାର ୭୪୭ ଜଣ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୬ ହଜାର ୪୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅର୍ଥାତ୍ ମୋଟ ଉପରେ ପାସ୍ ହାର ୬୮.୯୭% ରହିଛି।
www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନେ ଆଜି ଅପରାହ୍ନ ୪ଟା ପରଠାରୁ ଆବଶ୍ୟକ ଫି’ ଦେଇ ଏହି ୱେବ୍ ସାଇଟ୍ରୁ ସେମାନଙ୍କ ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମକି ଶିକ୍ଷା ପରିଷଦ (BSE) ପକ୍ଷରୁ କୁହାଯାଇଛି। ସେହିପରି ଯେଉଁ ପରୀକ୍ଷାର୍ଥୀମାନେ ଉତ୍ତୀର୍ଣ୍ଣ ହୋଇନାହାନ୍ତି ସେମାନେ ଏହି ୱେବସାଇଟ୍ରୁ ସେମାନଙ୍କ ଓଏମ୍ଆର ଏନ୍ସର ଶିଟ୍ଗୁଡ଼ିକୁ ଡାଉନଲୋଡ୍ କରିପାରିବେ।
୨୦୨୫ ଡିସେମ୍ବର ୧୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେହିପରି ମେ’ ତୃତୀୟ ସପ୍ତାହରେ ପରବର୍ତ୍ତୀ OTET-୨୦୨୬ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଆବେଦନ ପାଇଁ ଖୁବ୍ଶୀଘ୍ର ତାରିଖ ପ୍ରକାଶ କରାଯିବ ବୋଲି ବୋର୍ଡ କହିଛି। ପରୀକ୍ଷା ତାରିଖ ଓ ସିଲାବସ୍ ନେଇ ମଧ୍ୟ ସୂଚନା ଦିଆଯିବ ବୋଲି କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
