Advertisment

ଉଚ୍ଚ ଶିକ୍ଷିତଙ୍କ ନିମ୍ନ ମନୋବୃତ୍ତି!

ଚର୍ଚ୍ଚାରେ ବି-ଟେକ୍‌ ଭିକାରୀ। ଗତ କିଛି ଦିନ ହେଲା ଗଣମାଧ୍ୟମର ଶୀରୋନାମା ପାଲଟିଥିଲେ ଗିରିଜା ଶଙ୍କର ମିଶ୍ର। ସିପେଟ୍‌ରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ପାସ୍‌ କରିଥିବା ଗିରିଜା ଶ୍ରୀକ୍ଷେତ୍ର ପୁରୀରେ ଭିକ୍ଷା ମାଗୁଥିଲେ। ଗିରିଜା କୁହନ୍ତି, ଉଚ୍ଚ ଶିକ୍ଷା ଲାଭ କରିବା ପରେ ସେ ମୁମ୍ବାଇର ଏକ କମ୍ପାନୀରେ ଚାକିରି କରିଥିଲେ। ସେଠାରେ ତାଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ମତାନ୍ତର ଯୋଗୁ ସେ ଚାକିରି ଛାଡ଼ି ଦେଇଥିଲେ। ଏହାପରେ ସେ ସିଧା ପୁରୀ ଆସିଯାଇଥିଲେ। ଏଠାରେ ସେ ଭିକ୍ଷା […]

author-image
Biswobandita Swain
ଅଦ୍ୟତନ ହୋଇଛି
ଉଚ୍ଚ ଶିକ୍ଷିତଙ୍କ ନିମ୍ନ ମନୋବୃତ୍ତି!

biswo-nn

ର୍ଚ୍ଚାରେ ବି-ଟେକ୍‌ ଭିକାରୀ। ଗତ କିଛି ଦିନ ହେଲା ଗଣମାଧ୍ୟମର ଶୀରୋନାମା ପାଲଟିଥିଲେ ଗିରିଜା ଶଙ୍କର ମିଶ୍ର। ସିପେଟ୍‌ରୁ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ପାସ୍‌ କରିଥିବା ଗିରିଜା ଶ୍ରୀକ୍ଷେତ୍ର ପୁରୀରେ ଭିକ୍ଷା ମାଗୁଥିଲେ। ଗିରିଜା କୁହନ୍ତି, ଉଚ୍ଚ ଶିକ୍ଷା ଲାଭ କରିବା ପରେ ସେ ମୁମ୍ବାଇର ଏକ କମ୍ପାନୀରେ ଚାକିରି କରିଥିଲେ। ସେଠାରେ ତାଙ୍କ ଉଚ୍ଚ ପଦାଧିକାରୀଙ୍କ ସହ ମତାନ୍ତର ଯୋଗୁ ସେ ଚାକିରି ଛାଡ଼ି ଦେଇଥିଲେ। ଏହାପରେ ସେ ସିଧା ପୁରୀ ଆସିଯାଇଥିଲେ। ଏଠାରେ ସେ ଭିକ୍ଷା ବୃତ୍ତି କରୁଛନ୍ତି।

Advertisment

ଗଣମାଧ୍ୟମରେ ଗିରିଜାଙ୍କ ସମ୍ପର୍କରେ ଖବର ପ୍ରସାରଣ ହେବାପରେ ଗିରିଜାଙ୍କ ପରିବାର ଲୋକ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ। ଗିରିଜାଙ୍କ ଭିକ୍ଷା ବୃତ୍ତିକୁ ନେଇ ଲୋକମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ତାଙ୍କ ଘର ବାହୁଡ଼ା ପରେ ସେମାନେ ଖୁସି ହୋଇଛନ୍ତି। ଏ ଖବରରେ ଅନେକ ଲୋକ ଦୁଃଖୀ, ଗିରିଜାଙ୍କ ଭିକ୍ଷା ବୃତ୍ତିକୁ ନେଇ ନୁହେଁ ବରଂ ତାଙ୍କ ନିଷ୍ପତ୍ତି ପାଇଁ।

ଦେଶ ଯୁବ ପ୍ରତିଭାଙ୍କୁ ନେଇ ଗର୍ବ କରିବା କଥା। ଆଉ ଏ ସମୟରେ ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଭିକ୍ଷା ବୃତ୍ତି କରିବା ଦେଖି ନିରାଶ ହେବା ସ୍ୱାଭାବିକ।

Advertisment

ଗିରାଜା ଶଙ୍କର ମିଶ୍ରଙ୍କ କଥାବାର୍ତ୍ତା ଯଦି ଶୁଣିବେ ଆପଣଙ୍କୁ ଲାଗିବନି ଯେ ତାଙ୍କର ମାନସିକ ସନ୍ତୁଳନ ଠିକ୍‌ ନାହିଁ ବୋଲି। ସେ ଶାରୀରିକ ସକ୍ଷମ ମଧ୍ୟ। ଉଚ୍ଚ ଶିକ୍ଷା ପରେ ଯଦିଓ ସେ ଚାକିରି ନକରିବାର ନିଷ୍ପତ୍ତି ନେଲେ କିନ୍ତୁ ସେ ଏହାର ବିକଳ୍ପ ଭାବେ ନିଜର ଜ୍ଞାନ କୌଶଳ ଦ୍ୱାରା କିଛି ନୂଆ ଉଦ୍ଭାବନ କରିପାରିଥାନ୍ତେ।

କାରଣ ରିପୋର୍ଟରୁ ଯାହା ଜଣାପଡିଛି ଭାରତରେ କେବଳ ୧୦ ଭାଗ ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବାରେ ସଫଳ ହୋଇଛନ୍ତି। ତା’ ମାନେ ହେଉଛି ଗିରିଜା ସେହି ୧୦ ଭାଗ ଯୁବକଙ୍କ ମଧ୍ୟରେ ଜଣେ। ଆର୍ଥିକ ସମସ୍ୟା ଏବଂ ଉପଯୁକ୍ତ ସୁଯୋଗର ଅଭାବ ପାଇଁ ଲକ୍ଷ ଲକ୍ଷ ପିଲା ଏବେବି ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ଅନ୍ୟପକ୍ଷେ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ବେରୋଜଗାର କାରଣରୁ ପ୍ରତି ୨ ଘଣ୍ଟାରେ ଦେଶର ୩ ଜଣ ଶିକ୍ଷିତ ଲୋକ ଆତ୍ମହତ୍ୟା କରୁଛନ୍ତି।

ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ, ମେଘାଳୟ, ଗୋଆ, ଚଣ୍ଡିଗଡ଼, ଡାମନ ଡିଉ, ଦିଲ୍ଲୀ, ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀରେ ୨୦୧୮ରେ କୌଣସି ଚାଷୀ, ବିଲରେ କାମ କରୁଥିବା ମଜୁରିଆ ଆତ୍ମହତ୍ୟା କରି ନଥିବା ରିପୋର୍ଟ କହୁଛି। କିନ୍ତୁ ୨୦୧୮ରେ ପ୍ରାୟ ୧୩ ହଜାର ବେକାର ଓ ୧୦ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ଦେଶରେ ଚାଷୀ ଆତ୍ମହତ୍ୟା ଅପେକ୍ଷା ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ବଢ଼ିଛି। ୨୦୧୮ରେ ମୋଟ୍ ୧୨ ହଜାର ୯୩୬ ଜଣ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଛନ୍ତି।

୨୦୧୭ରେ ଦେଶର ୧୨ ହଜାର ୨୪୧ ଜଣ ଲୋକ ବେରୋଜଗାର ଜନିତ କାରଣ ପାଇଁ ଆତ୍ମହତ୍ୟା ହୋଇଛି।

୨୦୧୬ରେ ବେରୋଜଗାର ଜନିତ ଆତ୍ମହତ୍ୟା ସଂଖ୍ୟା ୧୧ ହଜାର ୧୭୩ ରହିଥିଲା। ୨୦୧୫ରେ ବେରୋଜଗାର ଜନିତ ମୃତ୍ୟୁ ସଂଖ୍ୟା ୧୦ ହଜାର ୯୧୨ ରହିଛି।

ଏନସିଆରବି ୨୦୧୫ ପାଖରୁ ୨୦୧୮ ରିପୋର୍ଟକୁ ସମୀକ୍ଷା କରି କହିଛି ଯେ, ୨୦୧୮ରେ ପ୍ରତିଦିନ ୩୫ ଜଣ ଲୋକ, ୨୦୧୭ରେ ପ୍ରାୟ ୩୪ ଜଣ ଏବଂ ୨୦୧୬ରେ ୩୦ ଜଣ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଛନ୍ତି।

ସେହିପରି ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ୮୨ ପ୍ରତିଶତ ଜଣ ପୁରୁଷ ରହିଛନ୍ତି। କେରଳରେ ସର୍ବାଧିକ ଲୋକ ବେରୋଜଗାର ପାଇଁ ଆତ୍ମହତ୍ୟା କରିଥିବାବେଳେ ଦ୍ୱିତୀୟରେ ତାମିଲନାଡୁ, ତୃତୀୟରେ ମହାରାଷ୍ଟ୍ର, ଚତୁର୍ଥରେ କର୍ଣ୍ଣାଟକ ଏବଂ ପଞ୍ଚମରେ ଉତ୍ତର ପ୍ରଦେଶ ରହିଛି।

ଶେଷରେ ଏତିକି କୁହାଯାଇ ପାରେ ଯେ, ଗିରିଜାଙ୍କ ଏପରି ନିଷ୍ପତ୍ତି କେବଳ ତାଙ୍କ ଦୁର୍ବଳ ମନୋବୃତ୍ତିକୁ ଦର୍ଶାଉନି, ତାଙ୍କ ଶିକ୍ଷାକୁ ମଧ୍ୟ ସେ ଉପଯୁକ୍ତ ସମ୍ମାନ ଦେଇନାହାନ୍ତି। ଅନ୍ୟପକ୍ଷରେ ଆମ ଦେଶରେ ଏଭଳି ଉଚ୍ଚଶିକ୍ଷିତ ଓ ତାଲିମପ୍ରାପ୍ତ ଯୁବକଙ୍କ ପାଇଁ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ତାକୁ ନେଇ ମଧ୍ୟ ବିଚାର କରିବାର ସମୟ ଆସିଯାଇଛି। ବର୍ତ୍ତମାନ ବୋରାଜଗାର ସଂଖ୍ୟା ଦୀର୍ଘ ୪୫ ବର୍ଷର ରେକର୍ଡ ଭାଙ୍ଗିଦେଇଛି।

ବିଶ୍ୱବନ୍ଦିତା ସ୍ୱାଇଁ
ଇମେଲ୍‌- [email protected]