Advertisment

ଓଟିଭି: ଓଡ଼ିଶାର ନମ୍ବର-୧ ଡିଜିଟାଲ ପ୍ଲାଟଫର୍ମ, ୟୁଟ୍ୟୁବରେ ୨ ଓ ଫେସବୁକରେ ୧ ମିଲିୟନ ଫଲୋଅର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ‘ଓଟିଭି’, ଡିଜିଟାଲ ଜଗତରେ ମଧ୍ୟ ଏହାର ଅପୂର୍ବ ସଫଳତା ଜାହିର କରିଛି। ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମରେ ଏହା ରାଜ୍ୟର ସମସ୍ତ ନ୍ୟୁଜ ଚ୍ୟାନେଲ, ଗଣମାଧ୍ୟମ ସଂସ୍ଥା, ଖବରକାଗଜ ଓ ଅନ୍ୟ ନ୍ୟୁଜ ସଂସ୍ଥାକୁ ଟପିଯାଇଛି। ଗତ ୨୨ ବର୍ଷ ଧରି ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି) ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ଭାବେ ଓଡ଼ିଶାବାସୀଙ୍କର ବିଶ୍ୱାସ ଜିତି ଆସିଛି। ଟେଲିଭିଜନ ସହିତ, ଏହା ଡିଜିଟାଲ ମିଡିଆରେ […]

author-image
Amaresh Biswal
ଅଦ୍ୟତନ ହୋଇଛି
ଓଟିଭି: ଓଡ଼ିଶାର ନମ୍ବର-୧ ଡିଜିଟାଲ ପ୍ଲାଟଫର୍ମ, ୟୁଟ୍ୟୁବରେ ୨ ଓ ଫେସବୁକରେ ୧ ମିଲିୟନ ଫଲୋଅର

frant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ 'ଓଟିଭି', ଡିଜିଟାଲ ଜଗତରେ ମଧ୍ୟ ଏହାର ଅପୂର୍ବ ସଫଳତା ଜାହିର କରିଛି। ସୋସିଆଲ୍ ମିଡିଆର ସବୁ ପ୍ଲାଟଫର୍ମରେ ଏହା ରାଜ୍ୟର ସମସ୍ତ ନ୍ୟୁଜ ଚ୍ୟାନେଲ, ଗଣମାଧ୍ୟମ ସଂସ୍ଥା, ଖବରକାଗଜ ଓ ଅନ୍ୟ ନ୍ୟୁଜ ସଂସ୍ଥାକୁ ଟପିଯାଇଛି।

Advertisment

ଗତ ୨୨ ବର୍ଷ ଧରି ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି) ଓଡ଼ିଶାର ନମ୍ବର-୧ ନ୍ୟୁଜ ଚ୍ୟାନେଲ ଭାବେ ଓଡ଼ିଶାବାସୀଙ୍କର ବିଶ୍ୱାସ ଜିତି ଆସିଛି। ଟେଲିଭିଜନ ସହିତ, ଏହା ଡିଜିଟାଲ ମିଡିଆରେ ବି ଓଡ଼ିଶାର ଏକ ନମ୍ବର ପ୍ଲାଟଫର୍ମ ପାଲଟିଛି। ଓଡ଼ିଆ ମିଡିଆ ହାଉସ୍ ଭାବରେ ଓଟିଭିର ସମସ୍ତ ଡିଟିଟାଲ ପ୍ଲାଟଫର୍ମକୁ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ସର୍ବାଧିକ ଓଡ଼ିଆ ଓ ଅଣଓଡିଆ ଲୋକ ଫଲୋ କରୁଛନ୍ତି।

publive-image

ନିକଟରେ 'ଓଟିଭି'ର ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା୨ ମିଲିୟନ ବା ୨୦ ଲକ୍ଷ ଟପିଯାଇଛି। ଦୈନକ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏହା ମାଧ୍ୟମରେ ଓଡ଼ିଶାର ଟିକିନିକି ଖବର ଦେଖିପାରୁଛନ୍ତି। ସେହିପରି ଆଜି 'ଓଟିଭି' ଫେସବୁକ୍ ପୃଷ୍ଠାର ଫଲୋଅର୍ ସଂଖ୍ୟା ୧ ମିଲିୟନ ବା ୧୦ ଲକ୍ଷ ଟପିଯାଇଛି। ରାଜ୍ୟର କୌଣସି ମିଡିଆ ହାଉସର ଫେସବୁକ୍ ପୃଷ୍ଠାର ଫଲୋଅର ସଂଖ୍ୟା ଏବେଯାଏ ଏହି ସଂଖ୍ୟା ଛୁଇଁ ନାହାଁନ୍ତି। ଏହା ଏକ ରେକର୍ଡ।

Advertisment

ଏବେ ‘ଓଡ଼ିଶା ଟେଲିଭିଜନ ଲିମିଟେଡ’ ଅଧୀନରେ ଥିବା ୩ଟି ଯାକ ୱେବସାଇଟ୍- odishatv.in, khabar.odishatv.in ଓ odishareporter.in ସର୍ବାଧିକ ପାଠକଙ୍କ ଦ୍ୱାରା ପଠିତ ୱେବସାଇଟ୍। ସେହିପରି 'ଓଟିଭି' ଏବଂ 'ଓଡ଼ିଶା ରିପୋର୍ଟର'ର ଟ୍ୱିଟର ହ୍ୟାଣ୍ଡଲକୁ ଓଡ଼ିଶାରେ ଓ ଓଡ଼ିଶା ବାହାରେ ସର୍ବାଧିକ ଲୋକ ଫଲୋ କରିଥାନ୍ତି। 'ଓଟିଭି'ର ଟ୍ୱିଟର ହ୍ୟାଣ୍ଡଲ ଦେଶର ଅନ୍ୟତମ ସବୁଠାରୁ ଅଧିକ ଫଲୋଅର ଥିବା ଗଣମାଧ୍ୟମ ସଂସ୍ଥାରେ ଗଣତି ହୋଇଥାଏ।