Advertisment

ବନ୍ୟା ପୀଡ଼ିତଙ୍କୁ ରିଲିଫ ବାଣ୍ଟିଲା ଓଟିଭି

କୋଣାର୍କ(ସଞ୍ଜୟ ପତି): ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି। ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ। ସେହି ଧାରାକୁ ବଜାୟ ରଖି, ଏବର୍ଷ ବନ୍ୟାରେ ମଧ୍ୟ ପ୍ରପିଡ଼ିତଙ୍କୁ ରିଲିଫ୍ କିଟ୍ ପ୍ରଦାନ କରାଯାଉଛି। ଓଟିଭି କେୟାର୍ସ ପ୍ରୟାସ ମାଧ୍ୟମରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ୍ ରାହାଙ୍ଗେରଡ଼ା ପଞ୍ଚାୟତର ଖଣ୍ଡାସାହି ଓ ଆଢ଼େଣା ରାଜସ୍ୱ ଗ୍ରାମର ବିଭିନ୍ନ ପଡ଼ା ଓ ସାହିରେ ୩ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ […]

author-image
Niranjan Mishra
ବନ୍ୟା ପୀଡ଼ିତଙ୍କୁ ରିଲିଫ ବାଣ୍ଟିଲା ଓଟିଭି

OTV

କୋଣାର୍କ(ସଞ୍ଜୟ ପତି): ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି। ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ। ସେହି ଧାରାକୁ ବଜାୟ ରଖି, ଏବର୍ଷ ବନ୍ୟାରେ ମଧ୍ୟ ପ୍ରପିଡ଼ିତଙ୍କୁ ରିଲିଫ୍ କିଟ୍ ପ୍ରଦାନ କରାଯାଉଛି। ଓଟିଭି କେୟାର୍ସ ପ୍ରୟାସ ମାଧ୍ୟମରେ ଆଜି ପୁରୀ ଜିଲ୍ଲା ଗୋପ ବ୍ଲକ୍ ରାହାଙ୍ଗେରଡ଼ା ପଞ୍ଚାୟତର ଖଣ୍ଡାସାହି ଓ ଆଢ଼େଣା ରାଜସ୍ୱ ଗ୍ରାମର ବିଭିନ୍ନ ପଡ଼ା ଓ ସାହିରେ ୩ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି।

Advertisment

ଏଥିସହ ସୁବର୍ଣ୍ଣପୁର ଓ ସିସୋ ରାସ୍ତା ଉପରେ ଆଶ୍ରୟ ନେଇଥିବା ଲୋକଙ୍କୁ ମଧ୍ୟ ରିଲିଫ୍ କିଟ୍ ପ୍ରଦାନ କରାଯାଇଛି। ରିଲିଫ୍ କିଟ୍‌ ଭିତରେ ଟର୍ଚ୍ଚ, ବିସ୍କୁଟ, ସାନିଟାରୀ ପ୍ୟାଡ୍ ଏବଂ ଓଆରଏସ୍ ପାଉଡର୍ ଆଦି ଦିଆଯାଇଛି। ରିଲିଫ୍ ପାଇବା ପରେ ବେଶ ଖୁସି ପ୍ରକାଶ କରିଛି ବନ୍ୟା ବିପନ୍ନ ଲୋକେ।

ବନ୍ୟାପ୍ଲାବିତ ଅଂଚଳରୁ ବିପନ୍ନମାନଙ୍କ ସ୍ଥିତି ଓ ସେମାନଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ଓଟିଭି କାମ କରିଆସୁଛି। ଏତିକିରେ ସୀମିତ ନ ରହି ବନ୍ୟା ବିପନ୍ନମାନଙ୍କ ନିକଟରେ ଗୁଣ୍ଡୁଚି ମୂଷା ପରି ସହଯୋଗର ହାତ ବଢ଼ାଇଛି।

Advertisment

ଏହା ପୂର୍ବରୁ କରୋନା ଲକଡାଉନ ସମୟରେ ମଧ୍ୟ ଫୋନ୍ କରି ସାହାଯ୍ୟ ଲୋଡ଼ୁଥିବା ପରିବାରକୁ ଓଟିଭି ପକ୍ଷରୁ ଘରକୁ ଘର ବୁଲି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।