Advertisment

'ଏବିପି' ଓ 'ଟିଭି ଟୁଡେ' ନେଟଓ୍ୱର୍କକୁ ପଛରେ ପକାଇଲା 'ଓଟିଭି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏଠାରେ ଜନତାଙ୍କ ସମର୍ଥନ ସର୍ବୋପରି। ସେଥିପାଇଁ ତ ଜନତା ଜନାର୍ଦ୍ଦନ ବୋଲି କୁହାଯାଏ। ରାଜତନ୍ତ୍ରର ଏଠାରେ କୌଣସି ସ୍ଥାନ ନାହିଁ। ତେବେ ଏହା ମନେ ପକାଇଦେବାର ଉଦ୍ଦେଶ୍ୟ ହେଉଛି ଶାସକ ଦଳର ତମାମ ଷଡ଼ଯନ୍ତ୍ର ପରେ ମଧ୍ୟ ଓଡ଼ିଶାର ଏକ ନମ୍ବର ଟିଭି ଚ୍ୟାନେଲ୍ ‘ଓଟିଭି’କୁ ମିଳିଚାଲିଛି ଜନତାଙ୍କ ସମର୍ଥନ। କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକମାତ୍ର ଓଡ଼ିଆ ଭାଷା ଭିତ୍ତିକ ଚ୍ୟାନେଲ ଭାବେ ‘ଓଡ଼ିଶା […]

author-image
Pragnya Choudhury
'ଏବିପି' ଓ 'ଟିଭି ଟୁଡେ' ନେଟଓ୍ୱର୍କକୁ ପଛରେ ପକାଇଲା 'ଓଟିଭି'

OTV-5

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ଏକ ଗଣତାନ୍ତ୍ରିକ ଦେଶ। ଏଠାରେ ଜନତାଙ୍କ ସମର୍ଥନ ସର୍ବୋପରି। ସେଥିପାଇଁ ତ ଜନତା ଜନାର୍ଦ୍ଦନ ବୋଲି କୁହାଯାଏ। ରାଜତନ୍ତ୍ରର ଏଠାରେ କୌଣସି ସ୍ଥାନ ନାହିଁ। ତେବେ ଏହା ମନେ ପକାଇଦେବାର ଉଦ୍ଦେଶ୍ୟ ହେଉଛି ଶାସକ ଦଳର ତମାମ ଷଡ଼ଯନ୍ତ୍ର ପରେ ମଧ୍ୟ ଓଡ଼ିଶାର ଏକ ନମ୍ବର ଟିଭି ଚ୍ୟାନେଲ୍ 'ଓଟିଭି'କୁ ମିଳିଚାଲିଛି ଜନତାଙ୍କ ସମର୍ଥନ। କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏକମାତ୍ର ଓଡ଼ିଆ ଭାଷା ଭିତ୍ତିକ ଚ୍ୟାନେଲ ଭାବେ 'ଓଡ଼ିଶା ଟେଲିଭିଜନ ନେଟଓ୍ୱର୍କ ଲିମିଟେଡ୍' (ଓଟିଏଲ) ବାର୍କ ନେଟଓ୍ୱାର୍କ ତାଲିକାରେ ଶ୍ରେଷ୍ଠ ୧୩ ତାଲିକାରେ ସ୍ଥାନ ପାଇଛି। 'ଓଟିଭି' ନେଟଓ୍ୱର୍କ ତଥା ପ୍ରତିଟି ଓଡ଼ିଆ ଦର୍ଶକଙ୍କ ପାଇଁ ଏହା ହେଉଛି ଏକ ବଡ଼ ସଫଳତା।

Advertisment

publive-image

ପ୍ରାୟ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଦର୍ଶକଙ୍କ ସ୍ନେହ, ପ୍ରେମ ଓ ସମର୍ଥନ 'ଓଟିଭି' ସହ ରହିଆସିଛି, ଯାହାର ପ୍ରତିଫଳନ ହେଉଛି 'ଓଟିଭି'କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନର ମାନ୍ୟତା। ବାର୍କ ନେଟଓ୍ୱର୍କ ପକ୍ଷରୁ ଅଗଷ୍ଟ ମାସର ନେଟଓ୍ୱର୍କ ସ୍ତରୀୟ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ୧୫ଟି ଟିଭି ନେଟଓ୍ୱର୍କ ତାଲିକା ପ୍ରକାଶ କରାଯାଇଛି, ଯେଉଁଥିରେ ଟପ୍ ୧୩ରେ ଓଟିଏଲ ରହିଛି। ତେବେ ସବୁଠାରୁ ବଡ଼ କଥା ହେଲା ଶ୍ରେଷ୍ଠ ୧୪ରେ 'ଟିଭି ଟୁଡେ ନେଟଓ୍ୱର୍କ ଲିମିଟେଡ୍' ଏବଂ ୧୫ରେ 'ଏବିପି ନେଟଓ୍ୱାର୍ଡ ପ୍ରାଇଭେଟ୍ ଲିମିଟେଡ୍' ସ୍ଥାନ ପାଇଛନ୍ତି। ତେବେ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛି 'ଷ୍ଟାର୍ ନେଟଓ୍ୱର୍କ'।

ଓଟିଭି ନେଟଓ୍ୱାର୍କ ଜାତୀୟ ସ୍ତରର ଦୌଡ଼ରେ ଏବିପି ଏବଂ ଟିଭି ଟୁଡେ ଭଳି ଗ୍ରୁପକୁ ପଛରେ ପକାଇବା ଏକ ବଡ଼ ସଫଳତା। ସବୁଠାରୁ ବଡ଼ କଥା ହେଲେ ଜାତୀୟ ସ୍ତରରେ ସର୍ବାଦୃତ ଟିଭି ନେଟଓ୍ୱର୍କ ତାଲିକାରେ ଲଗାତର ୨ୟ ଥର ପାଇଁ ଏକମାତ୍ର ଓଡ଼ିଆ ଚ୍ୟାନେଲ ଭାବେ ଓଟିଭି ନେଟଓ୍ୱର୍କ ରହିଛି। ଜୁଲାଇ ମାସର ବାର୍କ ନେଟଓ୍ୱର୍କ ତାଲିକାରେ ଓଟିଭି ଶ୍ରେଷ୍ଠ ୧୫ରେ ଥିଲା।

Advertisment

ଏନେଇ ଓଟିଭି ଏମଡି ଜଗି ମଙ୍ଗତ୍ ପଣ୍ଡା ସୋଶାଲ ମିଡିଆରେ ବିପୁଳ ମାତ୍ରାରେ ସମର୍ଥନ ଓ ଭଲପାଇବା ଦେଇଥିବାରୁ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କେବଳ ଦର୍ଶକଙ୍କ ପାଇଁ ରାଜ୍ୟର ନଂ-୧ ଚ୍ୟାନେଲ୍ ଏବେ ସାରା ଦେଶରେ ଟପ୍ ୧୩ରେ ରହିଛି। ଆଗାମୀ ଦିନରେ ମଧ୍ୟ ଏହି ଭଳି ଭାବେ ଓଟିଭି ନିଜ କର୍ତ୍ତବ୍ୟ ପାଳନ କରିବ ବୋଲି ଜଗି କହିଛନ୍ତି।

Otv BARC