Advertisment

OTV ଭିଡିଓ ଜର୍ଣ୍ଣାଲିଷ୍ଟ ନୀତୀନ ଦତ୍ତ ଶର୍ମାଙ୍କ ଦେହାନ୍ତ

ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ନୀତୀନ ଦତ୍ତ ଶର୍ମାଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁ ନୀତୀନ ଗତ ଜାନୁଆରୀ ୧୬ ତାରିଖରୁ ଚିକିତ୍ସିତ ହେଉଥିଲେ।

author-image
Jitendra Garnayak
Nitin R

ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ନୀତୀନ ଦତ୍ତ ଶର୍ମାଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁ ନୀତୀନ ଗତ ଜାନୁଆରୀ ୧୬ ତାରିଖରୁ ଚିକିତ୍ସିତ ହେଉଥିଲେ।

Advertisment

ନୀତୀନ ଓଟିଭିର ଦିଲ୍ଲୀ ବ୍ୟୁରୋରେ ଗତ ୧୦ ବର୍ଷ ଧରି କାର୍ଯ୍ୟ କରୁଥିଲେ। ସେ ଜଣେ ଦକ୍ଷ ଭିଡିଓ ଜର୍ଣ୍ଣାଲିଷ୍ଟ ଥିଲେ। ଗତ ୧୦ ବର୍ଷ ଧରି ଓଟିଭି ପ୍ରତି ଥିବା ତାଙ୍କର ଅବଦାନ ପାଇଁ ତାଙ୍କୁ ଓଟିଭି ପକ୍ଷରୁ ଗତମାସରେ ସମ୍ମାନିତ କରାଯାଇଥିଲା। 

ନୀତୀନ ଜଣେ ଖୁବ୍ ସରଳ ବ୍ୟକ୍ତି ଥିଲେ। ତାଙ୍କ ପରଲୋକରେ ଓଟିଭି ଓ ଓଡ଼ିଶା ରିପୋର୍ଟର ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଛି। ଏହା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।     

Advertisment