ଆମ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିପାରୁନାହାନ୍ତି, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହୁଛନ୍ତି: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ) ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟର୍ଗେଟ୍ । ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି । ଦେଶରେ ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଦାବି କରିଛି  କଂଗ୍ରେସ । କୋ- ୱିନ୍ ପୋର୍ଟାଲରେ ଆଦିବାସୀ […]

sura

sura

Tapas Behera
  • Published: Friday, 04 June 2021
  • Updated: 04 June 2021, 05:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ) ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟର୍ଗେଟ୍ । ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି ।

ଦେଶରେ ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଦାବି କରିଛି  କଂଗ୍ରେସ । କୋ- ୱିନ୍ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ। ସେଠାରେ କୋ- ୱିନ୍ ଆପକୁ ବାଦ ଦେଇ ସମସ୍ତଙ୍କ ଟିକାକରଣ କରିବାକୁ ଦାବି ହୋଇଛି ।

ରାଜ୍ୟକୁ ଟିକା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିପାରୁନାହାନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ କହିପାରୁନାହାନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେପି । ଟିକାକରଣ ରାଜନୀତିରେ କେନ୍ଦ୍ର ସରକାରଙ୍କ ବିରେଧରେ ଏହା କଂଗ୍ରେସର ନିଷ୍ଫଳ ପ୍ରୟାସ । ଏ ପ୍ରୟାସରେ କଂଗ୍ରେସ କେବେ ବି ସଫଳ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି।  ଅନ୍ୟପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos