ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ) ଟିକାକରଣ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟର୍ଗେଟ୍ । ବରିଷ୍ଠ ନେତା ପ୍ରଦୀପ ମାଝୀ, ସପ୍ତଗିରି ଉଲାକା ଓ ସୁର ରାଉତରାୟ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କୁ ତୁରନ୍ତ ଟିକାକରଣ ପାଇଁ କଂଗ୍ରେସ ଦାବି କରିଛି ।
ଦେଶରେ ଦୈନିକ କୋଟିଏ ଲୋକଙ୍କୁ ଟିକା ଦେବାକୁ ଦାବି କରିଛି କଂଗ୍ରେସ । କୋ- ୱିନ୍ ପୋର୍ଟାଲରେ ଆଦିବାସୀ ଲୋକ ରେଜିଷ୍ଟ୍ରେସନ୍ କରିବା ଅସମ୍ଭବ। ସେଠାରେ କୋ- ୱିନ୍ ଆପକୁ ବାଦ ଦେଇ ସମସ୍ତଙ୍କ ଟିକାକରଣ କରିବାକୁ ଦାବି ହୋଇଛି ।
ରାଜ୍ୟକୁ ଟିକା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିପାରୁନାହାନ୍ତି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆମ ମୁଖ୍ୟମନ୍ତ୍ରୀ କହିପାରୁନାହାନ୍ତି ବୋଲି କଂଗ୍ରେସ କହିଛି। କଂଗ୍ରେସର ଅଭିଯୋଗର ଜବାବ ରଖିଛି ବିଜେପି । ଟିକାକରଣ ରାଜନୀତିରେ କେନ୍ଦ୍ର ସରକାରଙ୍କ ବିରେଧରେ ଏହା କଂଗ୍ରେସର ନିଷ୍ଫଳ ପ୍ରୟାସ । ଏ ପ୍ରୟାସରେ କଂଗ୍ରେସ କେବେ ବି ସଫଳ ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଯତୀନ ମହାନ୍ତି। ଅନ୍ୟପଟେ କଂଗ୍ରେସର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।