Advertisment

ଅରୁଣ ସାହୁଙ୍କ ଭଳି ନେତାଙ୍କୁ ପୁଲିସ୍ ଜେଲରେ ରଖିବା ଦରକାର: ସମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ୫ ବର୍ଷ ଶିଶୁ ‘ପରୀ’ର ହତ୍ୟା ଘଟଣାକୁ ନେଇ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ ଟ୍ୱିଟ କରି ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ତା’ସହିତ ଏହି ଘଟଣାକୁ ଦିଲ୍ଲୀ ପର୍ଯ୍ୟନ୍ତ ନିଆଯିବ ବୋଲି କହିଛନ୍ତି। ସମ୍ବିତ ଟ୍ୱିଟ୍ କରି କହିଛନ୍ତି, ଏହି ସମଗ୍ର ମାମଲାରେ ‘ବାବୁଲି’ ନାମକ ଜଣେ ଗୁଣ୍ଡାର ନାମ ନିଆଯାଉଛି। କିନ୍ତୁ ବିଧାୟକ ଅରୁଣ ସାହ ତାକୁ ରକ୍ଷା କରୁଛନ୍ତି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ହିଂସା ପାଇଁ ଛାତ୍ରଙ୍କୁ ଉସକାଉଛି କଂଗ୍ରେସ, ଓୱେସୀ ନୂଆ ଜିନ୍ନା: ସମ୍ୱିତ ପାତ୍ର

sambit patra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ର ୫ ବର୍ଷ ଶିଶୁ ‘ପରୀ’ର ହତ୍ୟା ଘଟଣାକୁ ନେଇ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ସେ ଟ୍ୱିଟ କରି ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ତା’ସହିତ ଏହି ଘଟଣାକୁ ଦିଲ୍ଲୀ ପର୍ଯ୍ୟନ୍ତ ନିଆଯିବ ବୋଲି କହିଛନ୍ତି।

Advertisment

ସମ୍ବିତ ଟ୍ୱିଟ୍ କରି କହିଛନ୍ତି, ଏହି ସମଗ୍ର ମାମଲାରେ ‘ବାବୁଲି’ ନାମକ ଜଣେ ଗୁଣ୍ଡାର ନାମ ନିଆଯାଉଛି। କିନ୍ତୁ ବିଧାୟକ ଅରୁଣ ସାହ ତାକୁ ରକ୍ଷା କରୁଛନ୍ତି। ବାବୁଲି ଭଳି ଗୁଣ୍ଡା ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା ଜନସାଧାରଣଙ୍କ ଶତ୍ରୁ ଅରୁଣ ସାହୁଙ୍କ ଭଳି ନେତାଙ୍କୁ ଜେଲ୍‌ରେ ରଖିବା ଦରକାର।

ସେ ଆହୁରି ଲେଖିଛନ୍ତି ଯେ ପରୀକୁ ନ୍ୟାୟ ଦେବା ପାଇଁ ଅପରାଧୀକୁ ଦଣ୍ଡ ନମିଳିବା ଯାଏଁ ଏ ଲଢ଼େଇ ବନ୍ଦ ହେବ ନାହିଁ। ଏହାକୁ ଦିଲ୍ଲୀ ପର୍ଯ୍ୟନ୍ତ ନିଆଯିବ।

Advertisment


ସୂଚନାଯୋଗ୍ୟ, ଆଜି ବିଧାନସଭାରେ ପରୀ ହତ୍ୟା ଘଟଣାକୁ ନେଇ ପୁଣି ହୋହଲ୍ଲା ହୋଇଥିଲା । ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗୃହରେ ସଂସଦୀୟ ମନ୍ତ୍ରୀ ବିକ୍ରମ ଆରୁଖ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ପରୀ ହତ୍ୟା ଘଟଣାର ତଦନ୍ତ ନେଇ କୋର୍ଟ ମନିଟର ଏସଆଇଟ ଗଠନ ହେବ। ଏସଆଇଟି ଗଠନ ନେଇ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରୁଛି।

Sambit Patra