Advertisment

କଟକରେ ୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ

କଟକ (ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରୁ ଆଉ ୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ ସରକାରୀ କ୍ୱାରେଣ୍ଟାଇନ, ୨ ହୋମ୍‌ କ୍ୱାରେଣ୍ଟାଇନ ଓ ୩ ଜଣ ଲୋକାଲ୍‌ କେସ ଅଛନ୍ତି। ଏନେଇ ସିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି। ଆଜି କଟକ ଜିଲ୍ଲାରୁ ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ସିଏମ୍‌ସି ଅଞ୍ଚଳରୁ ୯ ଜଣ ଅଛନ୍ତି। ତେଲେଙ୍ଗା ବଜାର, ପାଇକ ସାହି, ପୁରୀଘାଟରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ […]

ଅଦ୍ୟତନ ହୋଇଛି
କଟକରେ ୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ

cuttack

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରୁ ଆଉ ୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ ସରକାରୀ କ୍ୱାରେଣ୍ଟାଇନ, ୨ ହୋମ୍‌ କ୍ୱାରେଣ୍ଟାଇନ ଓ ୩ ଜଣ ଲୋକାଲ୍‌ କେସ ଅଛନ୍ତି। ଏନେଇ ସିଏମ୍‌ସି ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

Advertisment

ଆଜି କଟକ ଜିଲ୍ଲାରୁ ୩୨ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ସିଏମ୍‌ସି ଅଞ୍ଚଳରୁ ୯ ଜଣ ଅଛନ୍ତି। ତେଲେଙ୍ଗା ବଜାର, ପାଇକ ସାହି, ପୁରୀଘାଟରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଅଛନ୍ତି। ସେହିପରି ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିବା ୪ ଓ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ୩ ଜଣଙ୍କୁ ‘କରୋନା’ ହୋଇଥିବା ସ୍ପଷ୍ଟ ହେବା ପରେ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଉ ୨୪ ‘କରୋନା’ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

https://twitter.com/CMCCuttack/status/1284086042035802118?s=20

ଆଜି ସୁଦ୍ଧା ସିଏମ୍‌ସି ଅଞ୍ଚଳରେ ‘କରୋନା’ରେ ୩୨୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe